ନୀତିଶ କୁମାର ଉପରାଷ୍ଟ୍ରପତି ହେବାକୁ ଚାହୁଁଥିଲେ, ପ୍ରାର୍ଥୀ ନକରିବାରୁ ସେ ବିଜେପିକୁ ଧୋକା ଦେଲେ: ସୁଶୀଲ ମୋଦୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ନୀତିଶ କୁମାର ବିଜେପି ହାତ ଛାଡ଼ି ଆରଜେଡି ସହ ମିଶି ମୁଖ୍ୟମନ୍ତ୍ରୀ ରୂପେ ଶପଥ ନେଇଛନ୍ତି। ଏହାପରେ ବିହାରର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତଥା ବିଜେପିର ରାଜ୍ୟସଭା ସାଂସଦ ସୁଶୀଲ ମୋଦୀ ନୀତୀଶ କୁମାରଙ୍କ ଉପରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ସେ ଏକ ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଜେଡିୟୁର କିଛି ନେତା ଉପରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ବିଜେପି ନିକଟକୁ ଆସିଥିଲେ। ସେମାନେ ଚାହିଁଥିଲେ ଯେ ନୀତୀଶ କୁମାରଙ୍କୁ ଉପରାଷ୍ଟ୍ରପତି କରାଯାଉ ଏବଂ ବିଜେପି ବିହାରରେ ଶାସନ କରୁ।ହେଲେ ଆମେ ଏହାକୁ ମାନିନଥିଲୁ। କାରଣ ବିଜେପି ପାଖରେ ନିଜର ଉପରାଷ୍ଟ୍ରପତି ପାର୍ଥୀ ରହିଥିଲା। ନିଜ ଇଚ୍ଛା ପୂରଣ ନ ହେବାରୁ ନୀତୀଶ କୁମାର ବିଜେପିକୁ ଧୋକା ଦେଇଛନ୍ତି। ସୁଶିଲ ଆହୁରି କହିଛନ୍ତି, ବିଜେପି ନୀତୀଶ କୁମାରଙ୍କୁ ୫ ଥର ମୁଖ୍ୟମନ୍ତ୍ରୀ କରିଛି। ନୀତୀଶ ଓ ବିଜେପିର ସମ୍ପର୍କ ୧୭ ବର୍ଷ ଧରି ରହିଥିଲା। ଯାହାକୁ ନୀତୀଶ ଭାଙ୍ଗିଛନ୍ତି। ୨୦୨୦ ରେ ନୀତୀଶ ନରେନ୍ଦ୍ର ମୋଦୀଙ୍କ ନାଁ ନେଇ ବିହାରରେ ଭୋଟ ହାତେଇଥିଲେ। ସେ କହିଛନ୍ତି ନୀତୀଶ ଓ ତେଜସ୍ୱୀ କେବେ ବି ଧୋକା ଦେଇପାରନ୍ତି।

ସୂଚନା ଅନୁସାରେ ବିଜେପି ସହ ବହୁଦିନର ତିକ୍ତତା ପରେ ଗତକାଲି ବିଜେପି ସହ ମେଣ୍ଟ ଭାଙ୍ଗିଥିଲେ ନୀତିଶ ଓ ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଏହାପରେ ଆଜି ପୁଣି ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ୮ମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନୀତୀଶ କୁମାର । ନୀତୀଶଙ୍କ ସହ ତେଜସ୍ୱୀ ଯାଦବ ମଧ୍ୟ ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।ଏହାସହ ବିହାରରେ ନୂଆ ସରକାର ଗଠନ ହୋଇଛି ।

Related Posts