ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦେଶରେ କରୋନା ସଂକ୍ରମଣ ବିରୋଧରେ ଏବେ ମଧ୍ୟ ଲଢେଇ ଜାରିରହିଛି । ଅଗଷ୍ଟ ୧୦ ତାରିଖ ଯାଏ ଭାରତରେ କରୋନା ଭ୍ୟାକସିନର ୨୦୭.୦୩ କୋଟି ଡୋଜ ଦିଆଯାଇସାରିଲାଣି । ଦେଶର ବହୁଳ ଭାବେ କୋଭାକ୍ସିନ ଏବଂ କୋଭିସିଲ୍ଡକୁ ଭ୍ୟାକସିନ ଭାବେ ଗ୍ରହଣ କରାଯାଉଛି । ଏହା ସହ ବୁଷ୍ଟର ଡୋଜ ମଧ୍ୟ ଲୋକେ ନେଉଛନ୍ତି ।ତେବେ କେନ୍ଦ୍ର ସରକାର ବୁଧବାର ବାୟୋଲୋଜି-ଇ କମ୍ପାନୀର କରୋନା ଭ୍ୟାକସିନ କର୍ବୋଭାକ୍ସକୁ ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ଦେଇଛନ୍ତି ।
ସରକାରଙ୍କ ଅନୁମତି ପରେ ଏଣିକି କର୍ବୋଭାକ୍ସକୁ ୧୮ ବର୍ଷରୁ ଅଧିକ ବୟସର ଲୋକେ ବୁଷ୍ଟର ଡୋଜ ଭାବେ ନେଇପାରିବେ । ଏହି ଭ୍ୟାକସିନକୁ କୋଭାକ୍ସିନ ଏବଂ କୋଭିସିଲ୍ଡକୁ ନେଇଥିବା ଲୋକେ ବୁଷ୍ଟର ଡୋଜ ଭାବେ ଗ୍ରହଣ କରିପାରିବେ ।
