ଧନଖଡଙ୍କ ବିରୋଧରେ ଅନାସ୍ଥା; ବିଜେଡି ସାଂସଦ କରିବେ କଣ?

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡେଙ୍କୁ ବିରୋଧ। ତାଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଆଣିଛନ୍ତି ବିରୋଧୀ। କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡିଆ ବ୍ଲକ୍ ଧନଖଡ଼ଙ୍କ ବିରୋଧରେ ପକ୍ଷପାତିତା ଅଭିଯୋଗ ଆଣିଛି। ସେ ଗୃହ କାର୍ଯ୍ୟ ବେଳେ ଶାସକ ଦଳକୁ ସମର୍ଥନ କରୁଥିବା ବେଳେ ବିରୋଧୀଙ୍କ ସ୍ୱରକୁ ଦମନ କରୁଥିବା ବିରୋଧୀଦଳ ଦାବି କରିଛନ୍ତି।

ତେବେ ଏହି ଅବିଶ୍ୱାସ ପ୍ରସ୍ତାବକୁ ପାରିତ କରିବା ପାଇଁ ୫୦ ଜଣ ସାଂସଦଙ୍କ ହସ୍ତାକ୍ଷର ଆବଶ୍ୟକ ଥିବା ବେଳେ ତାଙ୍କ ପାଖରେ ୭୦ଜଣ ସାଂସଦଙ୍କ ହସ୍ତାକ୍ଷର ଥିବା କଂଗ୍ରେସ ଦାବି କରିଛି।ବିରୋଧୀ ଦଳମାନେ ସମ୍ବିଧାନର ଅନୁଚ୍ଛେଦ ୬୭(ବି) ଅଧିନରେ ଧନଖଡ଼ଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଆଣିଛନ୍ତି। ଏହାକୁ ତ୍ରୁଣମୂଳ କଂଗ୍ରେସ (ଟିଏମସି), ଆମ୍ ଆଦମୀ ପାର୍ଟି (ଏସପି) ଏବଂ ସମାଜବାଦୀ ପାର୍ଟି (ଏସପି) ସମେତ ଅନ୍ୟ ବିରୋଧୀ ଦଳ ମାନେ ସମର୍ଥନ କରିଛନ୍ତି।

ସେପଟେ ରାଜ୍ୟସଭାରେ 7 ସାଂସଦ ଥିବା ବିଜେଡି ଏ ପ୍ରସଙ୍ଗରେ କଣ ଆଭିମୁଖ୍ୟ ନେଉଛି ତାହା ଉପରେ ନଜର ରହିଛି | ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଆମେ ଏହାକୁ ତର୍ଜମା କରୁଛୁ, ଠିକ ସମୟରେ ନିଷ୍ପତ୍ତି ନେବୁ|

ତେବେ ପୂର୍ବରୁ ବିଜେଡି ବିଭିନ୍ନ ପ୍ରସଙ୍ଗରେ ବିଜେପିକୁ ରାଜ୍ୟସଭାରେ ସମର୍ଥନ କରିଥିବା ବେଳେ ଏବେ କେଉଁ ଆଭିମୁଖ୍ୟ ନେଉଛି ତାହା ଦେଖିବାକୁ ବାକି ରହିଲା | ସେପଟେ ବିରୋଧୀ ଅନାସ୍ଥା ପ୍ରସ୍ତାବ ଆଣିଲେ ମଧ୍ୟ ଏହା କାଟ ଖାଇବା ଏକ ପ୍ରକାର ସୁନିଶ୍ଚିତ | କାରଣ ଉପରାଷ୍ଟ୍ରପତିଙ୍କ ବିରୋଧରେ ଅନାସ୍ଥା ପାରିତ କରିବାକୁ ହେଲେ ପ୍ରଥମେ ରାଜ୍ୟସଭା ଓ ପରେ ଲୋକସଭାରେ ଏହା ବହୁମତରେ ପାରିତ ହେବା ଦରକାର | ହେଲେ ବିରୋଧୀଙ୍କ ନିକଟରେ ଆବଶ୍ୟକ ସଂଖ୍ୟା ନଥିବାରୁ ଏହି ଅନାସ୍ଥା କାଟ ଖାଇବାର ସମ୍ଭାବନା ରହିଛି |

Related Posts