ରାହୁଲ ଵି ଛାଡ଼ିଲେ ପୋଷ୍ଟର, କହିଲେ ମୋତେ ବି ଗିରଫ କର

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ସମାଲୋଚକ ପୋଷ୍ଟରକୁ ନେଇ ଏବେ ରାଜନୀତି ଜୋର ଧରିଛି। କଂଗ୍ରେସ ପାର୍ଟି ଲଗାତାର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କରୁଛି। ତେବେ ଏହି ପୋଷ୍ଟର ବିବାଦକୁ ନେଇ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ପ୍ରତିକ୍ରିୟା ରଖିଛନ୍ତି। ସମାଲୋଚନାର ପୋଷ୍ଟର ଲଗାଇଥିବା ଲୋକଙ୍କ  ସମର୍ଥନରେ ସେ ଟ୍ୱିଟ୍ କରିଛନ୍ତି । ସେ ଟ୍ୱିଟ୍ ରେ ଲେଖିଛନ୍ତି ଯେ ମୋତେ ମଧ୍ୟ ଗିରଫ କରନ୍ତୁ। ଏଥିରେ ଏକ ପୋଷ୍ଟର ପୋଷ୍ଟ୍ କରିଛନ୍ତି। ଏକ କଳା ରଙ୍ଗର ପୋଷ୍ଟରରେ ଲେଖା ଅଛି ଯେ, “ମୋଦୀ ଜୀ, ତୁମେ ଆମ ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ ଟିକା କାହିଁକି ବିଦେଶ ପଠାଇଲ ? ” କିଛିଦିନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଦିଲ୍ଲୀର ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଯାଇଥିବାର ଦେଖିବା ପାଇଁ ମିଳିଥିଲା । ଏହି ପୋଷ୍ଟରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶ୍ନ କରି ତାଙ୍କ ପିଲାମାନଙ୍କ ଟୀକା କାହିଁକି ବିଦେଶକୁ ପଠାଇଦିଆଗଲା ବୋଲି ଲେଖା ଯାଇଥିଲା । ଅନ୍ୟପଟେ ଏହି ମାମଲାରେ ଦିଲ୍ଲୀ ପୁଲିସ ପାଖାପାଖି ୨୫ ଜଣଙ୍କୁ ଆରେଷ୍ଟ କରିଥିବାର ସୂଚନା ମିଳିଛି । ANI ତଥ୍ୟ ଅନୁଯାୟୀ ଦିଲ୍ଲୀ ପୋଲିସ କହିଛି ଯେ ପୋଷ୍ଟର ସମ୍ବନ୍ଧୀୟ ମାମଲାରେ ଡିଫେସମେଣ୍ଟ ଅଫ୍ ପବ୍ଲିକ୍ ପ୍ରପର୍ଟି ଆକ୍ଟ ଏବଂ ସେକ୍ସନ୍ 188 ଅନୁଯାୟୀ  ପ୍ରାୟ 21 ଟି ମାମଲା ରୁଜୁ କରିଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମେତ ଦଳର ମହାସଚିବ ପ୍ରିୟଙ୍କା ଗାନ୍ଧୀ , ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟରାମ ରମେଶଙ୍କ ସମେତ ବହୁ ବରିଷ୍ଠ ନେତା ଏହାର ବିରୋଧ କରିଛନ୍ତି।

Related Posts