କମେଡି କିଙ୍ଗ କପିଲ ଶର୍ମା କଲେ ବିବାହ, ଭାଇରାଲ୍‌ ହେଲା ଫଟୋ

କମେଡି କିଙ୍ଗ କପିଲ ଶର୍ମା ବୁଧବାର ନିଜର ଲଙ୍ଗଟାଇମ୍‌ ଗାର୍ଲପ୍ରେଣ୍ଡ ଗିନ୍ନିଙ୍କ ସହ ବିବାହ କରିଛନ୍ତି । ଏହି ପଞ୍ଜାବୀ ବିବାହ ଗିନ୍ନିଙ୍କ ହୋମ୍‌ ଟାଉନ୍‌ ଜଳନ୍ଧରରେ ହେଲା । ବିବାହ ପରେ ନବ ବିବାହିତ ଯୋଡ଼ିଙ୍କର ଫଟୋ ସାମ୍ନାକୁ ଆସିଛି । ବର-କନ୍ୟା କପିଲ-ଗିନ୍ନି ରୟାଲ୍‌ ଅନ୍ଦାଜରେ ଦେଖାଯାଉଛନ୍ତି ।

କପିଲ୍‌ ସବୁଜ ରଙ୍ଗର ଶେରୱାନୀ ସହ କ୍ରିମ୍‌ ରଙ୍ଗର ପଗଡ଼ି ପିନ୍ଧିଛନ୍ତି । ହାତରେ ଖଣ୍ଡା ଧରିଥିବା ଦେଖାଯାଉଛନ୍ତି । ସେପଟେ ଗିନ୍ନି ଲାଲ୍‌ ରଙ୍ଗର ଲେହଙ୍ଗା ପିନ୍ଧିଛନ୍ତି । ଯେଉଁଥିରେ ଗୋଲ୍‌ଡେନ୍‌ କାମ ହୋଇଛି । କନ୍ୟା ବେଶରେ ଗିନ୍ନି ଖୁବ୍‌ ସୁନ୍ଦର ଦେଖାଯାଉଛନ୍ତି ।

କପିଲ୍‌ଙ୍କର ପଞ୍ଜାବୀ ବିବାହରେ ବହୁ ଷ୍ଟାର୍‌ ସାମିଲ୍‌ ହେଲେ । ବିବାହରେ ସୁମୋନା ଚକ୍ରବର୍ତ୍ତୀ, କୃଷ୍ଣା ଅଭିଷେକ, ରାଜୀବ ଠାକୁର, ଭାରତୀ ସିଂହ ଓ ତାଙ୍କ ସ୍ବାମୀ ହର୍ଷ, ଆରତୀ ସିଂହ, ସୁଦେଶ ଲେହରୀ, ଚନ୍ଦନ ପ୍ରଭାକର ଓ ରାଜୀବ ପ୍ରମୁଖ ଉପସ୍ଥିତ ଥିଲେ ।

ସୂଚନା ଯୋଗ୍ୟ ଗିନ୍ନି କଲେଜ ଦିନରୁ କପିଲଙ୍କର ବାନ୍ଧବୀ ରହିଥିଲେ । ଉଭୟ ଷ୍ଟାର୍‌ ୱାନ୍‌ର ସିରିଏଲ୍‌ ‘ହସ୍‌ ବଲିଏ’ରେ ସାଙ୍ଗରେ ଭାଗ ନେଇଥିଲେ ।

ବିବାହ ପାଇଁ କପିଲ୍‌ ଜଳନ୍ଧର ବରଯାତ୍ରୀଙ୍କ ସହ ପହଞ୍ଚିଥିଲେ । ସେଠାରେ କପିଲ୍‌ଙ୍କର ଫ୍ୟାନ୍‌ ମାନଙ୍କୁ ମଧ୍ୟ ବହୁ ସଂଖ୍ୟାରେ ଜମା ହୋଇଥିବା ଦେଖାଗଲା । ଗଣମାଧ୍ୟମ ରିପୋର୍ଟ ଅନୁସାରେ କପିଲଙ୍କ ସୁରକ୍ଷା ପାଇଁ ପ୍ରାୟ 10 ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି ।

ବିବାହ ସ୍ଥଳକୁ ଧଲା ଓ ଲାଲ୍‌ ରଙ୍ଗର ଫୁଲରେ ସଜାଯାଇଥିଲା । ସୋସିଆଲ୍‌ ମିଡିଆରେ କପିଲଙ୍କ ବିବାହର ଫଟୋ ଭାଇରାଲ୍‌ ହେଉଛି..

ବିବାହ ପରେ 14 ତାରିଖରେ କପିଲ ନିଜର ହୋମ ଟାଉନ୍‌ ଅମୃତସରରେ ରିସେପ୍ସନ ରଖିଛନ୍ତି । ଏହାଛଡ଼ା କପିଲ୍‌ ଫିଲ୍ମ ଓ ଟିଭି ଇଣ୍ଡଷ୍ଟ୍ରିର ଲୋକଙ୍କୁ ବି ପାର୍ଟି ଦେବେ । ଏଥିପାଇଁ ସେ 24 ତାରିଖରେ ମୁମ୍ବାଇରେ ପାର୍ଟିର ଆୟୋଜନ କରିଛନ୍ତି । ବିବାହ ପରେ କପିଲ୍‌ ଟିଭିକୁ ଫେରୁଛନ୍ତି । ଶୀଘ୍ର ତାଙ୍କର କମେଡି ସୋ ପ୍ରସାରିତ ହେବ ।

Related Posts