ପଶ୍ଚିମବଙ୍ଗରେ ବିଜେପିର ରଥଯାତ୍ରାକୁ ମିଳିଲାନି ଅନୁମତି

ପଶ୍ଚିମବଙ୍ଗର କୁଚ୍‌ ବିହାରରୁ ଆରମ୍ଭ ହେବାକୁ ଥିବା ବିଜେପିର ରଥଯାତ୍ରାକୁ କଲିକତା ହାଇକୋର୍ଟ ଅନୁମତି ଦେଇ ନାହାନ୍ତି । ହାଇକୋର୍ଟର ସିଙ୍ଗଲ ବେଞ୍ଚର ରାୟ ବିରୋଧରେ ଦଳ ବୃହତ ଖଣ୍ଡପୀଠରେ ଆବେଦନ କରିଛି ।

ସେପଟେ ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ବିଜେପି ସଭାପତି ଅମିତ ଶାହ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ବର୍ଷିଛନ୍ତି । କହିଛନ୍ତି, ‘ଶନିବାର ସେ କୋଲକାତା ଯିବେ । ଦଳ ପକ୍ଷରୁ ଆୟୋଜିତ କର୍ମକର୍ତ୍ତା ସମ୍ମିଳନୀରେ ଯୋଗ ଦେବେ । ପଞ୍ଚାୟତ ନିର୍ବାଚନରେ ବିଜେପିର ସଫଳତା ପରେ ମମତା ବାନାର୍ଜୀ ଭୟଭୀତ ହୋଇପଡ଼ିଛନ୍ତି । ମମତା ସରକାର ମୁସଲିମାନ ତୁଷ୍ଟୀକରଣରେ ଲାଗି ପଡ଼ିଛନ୍ତି ।’ ପଶ୍ଚିମବଙ୍ଗରେ ବିଜେପି କର୍ମୀଙ୍କ ଉପରେ ଆକ୍ରମଣ ବଢୁଥିବା କହିଛନ୍ତି ଅମିତ୍‌ ଶାହ ।

ବିଜେପି ପଶ୍ଚିମବଙ୍ଗରେ ପରିବର୍ତ୍ତନ ଆଣିବ ବୋଲି କହିଛନ୍ତି ବିଜେପି ଅଧ୍ୟକ୍ଷ । ଗତକାଲି ବିଜେପିର ରଥଯାତ୍ରା ଉପରେ କଲିକାତା ହାଇକୋର୍ଟ ଅନୁମତି ଦେଇ ନଥିଲେ । ଏହାର ଶୁଣାଣି ଆସନ୍ତା ୯ ତାରିଖରେ ହେବାକୁ ଥିବାବେଳେ, ସେ ପର୍ଯ୍ୟନ୍ତ ରଥଯାତ୍ରା ବାହାର ନ କରିବାକୁ କୋର୍ଟ କହିଛନ୍ତି । ବିଜେପି ଅଧ୍ୟକ୍ଷ ଅମିତ ଶାହାଙ୍କ ରଥଯାତ୍ରା ଯୋଗୁଁ ରାଜ୍ୟରେ ସାମ୍ପ୍ରଦାୟିକ ହିଂସା ସୃଷ୍ଟି ହେବାର ଆଶଙ୍କା ଦର୍ଶାଇ ମମତା ଏହାକୁ ଅନୁମତି ଦେଇନଥିଲେ ।

Related Posts