ବେଫିକର ଘରୋଇ ସ୍କୁଲ, ବେଖୟାଲ ସରକାର !

ବେଫିକର ଘରୋଇ ସ୍କୁଲ, ବେଖୟାଲ ସରକାର । ରାଜ୍ୟ ସରକାରଙ୍କ ନିୟନ୍ତ୍ରଣରେ ନାହାନ୍ତି ଘରୋଇ ସ୍କୁଲ । ବିନା ଏନ୍.ଓ.ସି ଅର୍ଥାତ୍ ନୋ ଅବଜେକ୍ସନ ସାର୍ଟିଫିକେଟରେ ରାଜ୍ୟରେ ଚାଲୁଛି ଘରୋଇ ଇଂରାଜୀ ମାଧ୍ୟମିକ ସ୍କୁଲ । ହେଲେ ନିଘା ନାହିଁ ରାଜ୍ୟ ସରକାରଙ୍କର । ବିନା NOCରେ ଚାଲିଛି ରାଜଧାନୀର ପ୍ରତିଷ୍ଠିତ ୟୁନିଟ୍-8 ଡିଏଭି ପବ୍ଲିକ ସ୍କୁଲ । ଖାଲି ଡିଏଭଳି ନୁହେଁ ଭଦ୍ରକ ଜିଲ୍ଲାର 6 ସ୍କୁଲରେ ମଧ୍ୟ ଏନ୍.ଓ.ସି ନଥିବା କହିଛି ଓଡ଼ିଶା ପ୍ୟାରେଣ୍ଟସ୍ ଆସୋସିଏସନ୍ ଫେଡେରେସନ୍ । ଫି ବୃଦ୍ଧି ନିୟନ୍ତ୍ରଣ ପାଇଁ ରେଗୁଲେସନ୍ କମିଟି ଗତ ଦୁଇ ବର୍ଷ ହେବ ଗଠନ ହୋଇପାରୁନାହିଁ । ଘରୋଇ ସ୍କୁଲର 25 ପ୍ରତିଶତ ସିଟରେ ପଢ଼ିପାରୁ ନାହାଁନ୍ତି ଗରିବ ପିଲା । ହେଲେ ସେସବୁରେ ସରକାରଙ୍କ ନିଘା ନାହିଁ ବୋଲି ଅଭିଭାବକ ସଂଘ ଅଭିଯୋଗ କରିଛି ।

ରାଜ୍ୟରେ ଶିକ୍ଷା ନାଁରେ ବ୍ୟବସାୟ ଚାଲିଛି, ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଷୁଡ଼ି ପଡ଼ିଥିବାବେଳେ ଗଣଶିକ୍ଷା ବିଭାଗକୁ 5-ଟି ଅନ୍ତର୍ଭୁକ୍ତ କାହିଁକି କରାଯାଉ ନାହିଁ ବୋଲି ପ୍ରଶ୍ନ କରିଛି ସଂଘ । ସେପଟେ ଗଣଶିକ୍ଷା ମନ୍ତ୍ରୀଙ୍କ କହିଛନ୍ତି ଏବେ 5-ଟି ଆଧାରରେ ସମସ୍ତ କାମ କରାଯାଉଛି । ଯଦିଓ ଗୃହ ଓ ସ୍ବାସ୍ଥ୍ୟ ବିଭାଗ ବଧିବଦ୍ଧ ଭାବେ 5-ଟି ଅନ୍ତର୍ଭୁକ୍ତ ହୋଇଛି କିନ୍ତୁ ଶିକ୍ଷା ବିଭାଗର ମସ୍ତ କାର୍ଯ୍ୟ 5-ଟି ଆଧାରରେ କରାଯାଉଛି । 2020 ସୁଦ୍ଧା ସମସ୍ତ ବିଭାଗ 5-ଟିରେ ସାମିଲ୍ ହେବ । ବିଦ୍ୟାଳୟର ସମସ୍ତ ଦାୟିତ୍ବ ବିଇଓ, ଡିଇଓଙ୍କୁ ଦିଆଯାଇଛି । ଯଦି ପ୍ରମାଣ ଗତ କୈାଣସି ଅଭିଯୋଗ ଆସେ ତାହେଲେ ସ୍କୁଲ ବିରୋଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି । ଏହାକୁ ସମାଲୋଚନା କରିଛି କଂଗ୍ରେସ । କଂଗ୍ରେସ ନେତା ସତ୍ୟ ପ୍ରକାଶ ନାୟକ କହିଛନ୍ତି 5-ଟିର ଆଧାର କ’ଣ ? 5-ଟି ବୋଲି କିଛି ବିଧିବଦ୍ଧ ବିଭାଗ ନାହିଁ, ତେଣୁ ତାର ଆଧାର ଆସିଲା କେଉଁଠୁ । ଯଦି କିଛି ଆଧାର ଅଛି ତେବେ ମନ୍ତ୍ରୀ ଲୋକଙ୍କୁ ଖୋଲିକି କହୁନାହାନ୍ତି 5-ଟିର ଆଧାର ଟା କ’ଣ । ଏହାଛଡ଼ା ରାଜ୍ୟରେ ଶିକ୍ଷା ବ୍ୟବସ୍ଥାକୁ 5-ଟି ଅନ୍ତର୍ଭୁକ୍ତ କରିବାକୁ ବିଭିନ୍ନ ମହଲରୁ ମଧ୍ୟ ଦାବି ହେଉଛି ।

Related Posts