
ନୂଆଦିଲ୍ଲୀ: ରସାୟନ ବିଜ୍ଞାନ ପାଇଁ ଘୋଷଣା ହୋଇଛି ନୋବେଲ୍ ପୁରସ୍କାର । କାର୍ଲୋନ୍ ବର୍ତୋଜ୍ଜି, ମର୍ଟେନ୍ ମେଲଡାଲ୍ ଏବଂ ବେର୍ରୀ ଶାର୍ପ୍ଲେସ୍ଙ୍କୁ ମିଳିବ ରସାୟନ ବିଜ୍ଞାନରେ ୨୦୨୨ର ନୋବେଲ୍ ପୁରସ୍କାର । ଏନେଇ ତାଙ୍କ ନାଁ ମନୋନୀତ କରାଯାଇଛି। କ୍ଲିକ୍ କେମେଷ୍ଟ୍ରୀ ଓ ବାୟୋଅର୍ଥୋଗୋନଲ କେମେଷ୍ଟ୍ରୀର ବିକାଶ ପାଇଁ ୩ ବୈଜ୍ଞାନିକଙ୍କୁ ପୁରସ୍କୃତ କରାଯିବ।
ବେର୍ରୀ ଶାର୍ପଲେସ୍ ଏବଂ ମର୍ଟେନ୍ ମେଲଡାଲ କ୍ଲିକ୍ କେମେଷ୍ଟ୍ରୀର କାର୍ଯ୍ୟକାରୀ ରୂପ ଫାଉଣ୍ଡେସନ ରଖିଥିଲେ। ଏଥିପାଇଁ ତାଙ୍କୁ ନୋବେଲ୍ ପ୍ରାଇଜ୍ ପାଇଁ ମନୋନୀତ କରାଯାଇଛି।
କେମେଷ୍ଟ୍ରୀ ନୋବେଲ୍ ପୁରସ୍କାର ରୟାଲ ସ୍ୱିଡିସ୍ ଆକାଡେମୀ ଅଫ୍ ସାଇନ୍ସ ପକ୍ଷରୁ ଦିଆଯାଉଛି। ଦମ୍ବଗତ ସ୍ୱିଡିସ୍ ବୈଜ୍ଞାନିକ ଆଲ୍ଫ୍ରେଡ୍ ନୋବେଲ୍ଙ୍କ ଇଚ୍ଛା ଅନୁସାରେ ଏହି ପୁରସ୍କାର ଦିଆଯାଉଛି। ବର୍ତ୍ତମାନ ସୁଧା କମିଟି ୧୧୩ ଜଣଙ୍କୁ ପୁରସ୍କୃତ କରିସାରିଛି। ଏଥିମଧ୍ୟରୁ ୭ ମହିଳା ରହିଥିବା ବେଳେ ୨୫ କ୍ୟାମେଷ୍ଟ୍ରୀ ପ୍ରାଇଜକୁ ଦୁଇ ବେଜେତାଙ୍କୁ ଶେୟାର କରିବାକୁ ପଡ଼ିଛି।
ତେବେ ଫେଡେରିକ ସଙ୍ଗେର୍ ବିଶ୍ୱର ପ୍ରଥମ ବ୍ୟକ୍ତିଙ୍କୁ ଯାହାକୁ ଦୁଇଥରେ କେମେଷ୍ଟ୍ରୀରେ ନୋବେଲ୍ ପୁରସ୍କାର ଦିଆଯାଇଛି। ପ୍ରଥମେ ୧୯୫୦ ଓ ପରେ ୧୯୮୦ରେ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଥିଲା। ତାଙ୍କ ପରେ ଆମେରିକାର ରସାୟନ ବୈଜ୍ଞାନିକ ବେର୍ରୀ ଶାର୍ପ୍ଲେସ୍ ମଧ୍ୟ କେମେଷ୍ଟ୍ରୀରେ ଦୁଇଥର ନୋବେଲ୍ ପାଇଛନ୍ତି। ଏହା ପୂର୍ବରୁ ତାଙ୍କୁ ୨୦୦୧ରେ ମଧ୍ୟ କେମେଷ୍ଟ୍ରୀରେ ନୋବେଲ୍ ପୁରସ୍କାର ମିଳିଥିଲା।