“ଦିବାସ୍ବପ୍ନ ଦେଖିବାକୁ କାହାରିକୁ ମନା ନାହିଁ”; ନୀତିଶ କୁମାରଙ୍କୁ ରବି ଶଙ୍କର ପ୍ରସାଦଙ୍କ ଟାର୍ଗେଟ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିରୋଧୀ ଦଳ ଗୁଡିକ ଏକଜୁଟ ହେବାକୁ ପ୍ରୟାସ କରୁଛନ୍ତି। ଏନେଇ କରାଯାଉଥିବା ପ୍ରସ୍ତୁତି ନେଇ ଭାଜପା ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦ ବୁଧବାର ବିରୋଧୀ ନେତାଙ୍କ ଉପରେ ବର୍ଷିଛନ୍ତି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିରୋଧୀ ଏକତା ପାଇଁ ଦିଲ୍ଲୀ ଗସ୍ତରେ ଆସି ବହୁ ବିରୋଧୀଦଳର ନେତାଙ୍କୁ ଭେଟିଛନ୍ତି।ଏକ ଗଣମାଧ୍ୟମ ପ୍ରତିନିଧିଙ୍କ ସମ୍ମିଳନୀରେ ନୀତୀଶ କୁମାରଙ୍କ ବିବୃତ୍ତି ଉପରେ ରବି ଶଙ୍କର ପ୍ରସାଦ ଉତ୍ତର ଦେଇଛନ୍ତି। ନିକଟରେ ନୀତୀଶ କହିଥିଲେ ଯେ ଭାଜପା ପରବର୍ତ୍ତୀ ନିର୍ବାଚନର ୫୦ ଟି ଆସନକୁ ଖସି ଆସିବ। ରବି ଶଙ୍କର ଏନେଇ କହିଛନ୍ତି ଯେ, ଏଭଳି ଦିବାସ୍ବପ୍ନ ଦେଖିବାକୁ କାହାରିକୁ ମନା ନାହିଁ।

ମହାମେଣ୍ଟ ସରକାର ବିହାରରେ ଆସିବା ପରେ ଅପରାଧ ସଂଖ୍ୟା ବୃଦ୍ଧି ହେଉଥିବା ପ୍ରଶ୍ନ ଉପରେ ରବି ଶଙ୍କର ପ୍ରସାଦ ପ୍ରକାଶ କରିଛନ୍ତି ବିହାରରେ ଭୟର ଶାସନ ପୁଣି ଫେରିଛି। ଅପରାଧୀମାନେ ବର୍ତ୍ତମାନ ବିଶ୍ୱାସ କରୁଛନ୍ତି ଯେ ଆମେ ଯାହା ବି କରୁଛୁ ପୋଲିସ ସେସବୁ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ ନାହିଁ। କଂଗ୍ରେସ ଦଳର ଭାରତ ଯୋଡ ଯାତ୍ରା ବିଷୟରେ ସେ କହିଛନ୍ତି ଯେ ରବର୍ଟ ଭଦ୍ରା ମଧ୍ୟ ଏହି ଯାତ୍ରା ସହିତ ଜଡିତ। ଏହା ସମ୍ପୂର୍ଣ୍ଣ ହାସ୍ୟାସ୍ପଦ। ରାହୁଲ ଗାନ୍ଧୀ ତାଙ୍କ ପାର୍ଟିକୁ ଯୋଡିବାକୁ ଅକ୍ଷମ। ସେ ଭାରତ କିପରି ଯୋଡିବେ ବୋଲି ରବି ଶଙ୍କର ପ୍ରଶ୍ନ କରିଛନ୍ତି।

Related Posts