ପୁଣି ଶସ୍ତା ହେଲା ରନ୍ଧନ ଗ୍ୟାସ୍ ସିଲିଣ୍ଡର, ଜାଣନ୍ତୁ ଏବେ କେତେ ଦେବାକୁ ପଡିବ ଟଙ୍କା

ସବସିଡି ବିହୀନ ଘରୋଇ ରୋଷେଇ ଗ୍ୟାସ ବା ଏଲପିଜି ସିଲିଣ୍ଡରର ଦାମ ୬୨ ଟଙ୍କା ହ୍ରାସ ପାଇଛି । ଆଜିଠାରୁ ଘେରାଇ ବ୍ୟବହାର ପାଇଁ ଏହି ସିଲିଣ୍ଡର ୫୯୧ ଟଙ୍କାରେ ଉପଲବ୍ଧ ହେବ । ବର୍ତମାନ ସୁଧା ଏହା ୬୫୩ ଟଙ୍କାରେ ମିଳୁଥିଲା ।

ତୈଳ କମ୍ପାନୀଙ୍କ ସୂଚନାନୁସାରେ, ବ୍ୟବସାୟିକ ସିଲିଣ୍ଡରର ଦାମ ମଧ୍ୟ ୧୨୬ ଟଙ୍କା ହ୍ରାସ ପାଇଛି । ବର୍ତମାନ ଏହି ସିଲିଣ୍ଡର ୧୧୫୧.୫୦ ଟଙ୍କା ବଦଳରେ ୧୦୨୫.୫୦ ଟଙ୍କାରେ ମିଳିବ ।

ସବସିଡି ଯୁକ୍ତ ସିଲିଣ୍ଡରରେ ହ୍ରାସ ପାଇଥିଲା ୧୦୦ ଟଙ୍କା

ପ୍ରଥମେ ସବସିଡିରେ ମିଳୁଥିବା ଘରୋଇ ସିଲିଣ୍ଡରର ଦାମ ୧୦୦.୫୦ ଟଙ୍କା ହ୍ରାସ କରାଯାଇଥିଲା । ଜୁଲାଇ ୧ରୁ ନୂଆଦିଲ୍ଲୀରେ ଘରୋଇ ବ୍ୟବହାର ପାଇଁ ସିଲିଣ୍ଡର ୬୩୭ ଟଙ୍କାରେ ଉପଲବ୍ଧ ହେଉଛି ।

Related Posts