ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି; ଓଡ଼ିଶାର ୩ଟି ଆସନ ପାଇଁ ହେବ ମତଦାନ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଓଡ଼ିଶାର ୩ଟି ଆସନ ପାଇଁ ମତଦାନ ହେବାକୁ ଯାଉଛି । ଏନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଓଡିଶା ସମେତ ୧୫ ରାଜ୍ୟର ମୋଟ ୫୭ ଆସନ ପାଇଁ ହେବ ନିର୍ବାଚନ । ଜୁନ ୨୧ରୁ ଅଗଷ୍ଟ ଏକ ତାରିଖରେ ମଧ୍ୟରେ ଏହି ସବୁ ଆସନ ଖାଲି ହେବାକୁ ଯାଉଛି। ସେପଟେ ଜୁନ ୧୦ରେ ତିନୋଟି ଆସନ ପାଇଁ ହେବ ମତଦାନ ।

ସକାଳ ୯ଟାରୁ ଅପରାହ୍ଣ ୪ଟା ଯାଏଁ ହେବ ମତଦାନ। ଓଡ଼ିଶା ସମେତ ୧୫ଟି ରାଜ୍ୟରେ ହେବ ନିର୍ବାଚନ । ଜୁଲାଇ ୧ରେ ସରୁଛି ଓଡ଼ିଶାର ୩ ସାଂସଦଙ୍କ କାର୍ୟ୍ୟକାଳ। ଏନ.ଭାଷ୍କର ରାଓ, ସସ୍ମିତ ପାତ୍ର ଏବଂ ପ୍ରସନ୍ନ ଆଚାର୍ୟ୍ୟଙ୍କ କାର୍ୟ୍ୟକାଳ ଶେଷ ହେଉଛି। ତେବେ ମେ’ ୨୪ରେ ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts