ବର୍ତ୍ତମାନ ରାଜ୍ୟ ସରକାରଙ୍କ ସହ ଲଢ଼ିବାର ସମୟ ନୁହେଁ, ଏକାଠି ହୋଇ କାମ କରିବାର ସମୟ: ଅରବିନ୍ଦ କେଜ୍ରିୱାଲ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଦେଶ ସବୁଠାରୁ ବଡ ସଂକଟ ଦେଇ ଗତିକରୁଛି। ଏପଟେ କରୋନା ମହାମାରୀ ସହ ଲଢ଼ିବାକୁ ପଡୁଥିବା ବେଳେ ଦିନକୁ ଦିନ ଆର୍ଥିକ ପରିସ୍ଥିତି ଶୋଚନୀୟ ହେବାରେ ଲାଗିଛି। ତଥାପି ରାଜନେତା ମାନେ ସେମାନଙ୍କ ଇଗୋ ଛାଡିବାକୁ ନାରାଜ। ଏଥି ମଧ୍ୟରେ ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ ଅପଲନ ବନ୍ଦୋପାଧ୍ୟୟଙ୍କୁ କେନ୍ଦ୍ର ପ୍ରତ୍ୟାହାର କରିଥିବା ଖବର ଉପରେ କେଜ୍ରିୱାଲ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୋମବାର କହିଛନ୍ତି ଯେ ବର୍ତମାନ ରାଜ୍ୟ ସରକାରଙ୍କ ସହ ଲଢ଼ିବାର ସମୟ ନୁହେଁ, ବରଂ କରୋନା ମହାମାରୀ ସହ ଲଢ଼ିବାର ସମୟ ଆସିଛି। ସେ ଏହି ପ୍ରତିକ୍ରିୟା ପ୍ରକାଶ କରିବା ପରେଏକ ପ୍ରମୁଖ ବିବାଦରେ ପରିଣତ ହୋଇଥିଲା।କେଜ୍ରିୱାଲ ଟୁଇଟରେ ଏକ ଖବର କାଗଜ ରିପୋର୍ଟକୁ ଟ୍ୟାଗ୍ କରି କହିଛନ୍ତି ଯେ ଏହା ରାଜ୍ୟ ସରକାରଙ୍କ ସହ ଲଢ଼ିବାର ସମୟ ନୁହେଁ, ବରଂ ସମସ୍ତଙ୍କ ସହ ମିଶି କରୋନୋଭାଇରସ୍ ବିରୋଧରେ ଲଢ଼ିବାର ସମୟ ଆସିଛି। ଘୂର୍ଣ୍ଣିବଳୟ ଏବଂ କୋଭିଡ ରିଲିଫ ଉଦ୍ୟମ ମଧ୍ୟରେ ବନ୍ଦୋପାଧ୍ୟୟଙ୍କୁ ମୁଖ୍ୟ ସଚିବ ଭାବରେ କାର୍ଯ୍ୟ ଜାରି ରଖିବାର ସମ୍ଭାବନା ରହିଛି। ରାଜ୍ୟ ସରକାରଙ୍କୁ ସାହାଯ୍ୟ କରିବା, ସେମାନଙ୍କୁ ଟିକା ଯୋଗାଇବା, ଏକ ଭାରତୀୟ ଦଳ ଭାବେ ସମସ୍ତ ରାଜ୍ୟ ସରକାରଙ୍କ ସହିତ କାମ କରିବାର ସମୟ ଆସିଛି। ରାଜନୀତି ପାଇଁ ସମଗ୍ର ଜୀବନ ବାକି ଅଛି ଵୋଲି କେଜ୍ରିୱାଲ କହିଛନ୍ତି। ଉଲ୍ଲେଖନୀୟ କଥା ହେଉଛି, ଦୁଇ ଦିନ ପୂର୍ବେ ବାତ୍ୟା ୟାସର କ୍ଷୟକ୍ଷତିର ଆକଳନ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ମୁଖ୍ୟ ଶାସନ ସଚିବ ଅଲପନ ବନ୍ଦୋପାଧ୍ୟାୟ ଯୋଗ ଦେଇ ନଥିଲେ। କେବଳ କ୍ଷୟକ୍ଷତି ରିପୋର୍ଟ ଧରାଇ ଦେଇ ଦିଘା ଗସ୍ତରେ ଚାଲି ଯାଇଥିଲେ। ଏହାକୁ ନେଇ ବିବାଦ ଆରମ୍ଭ ହୋଇଥିଲା। କେନ୍ଦ୍ର ସରକାର ଅଲପନଙ୍କୁ ଦିଲ୍ଲୀ ତଲବ କରିବା ସହ ୩୧ ତାରିଖ ଦିନ ୧୦ଟା ସୁଦ୍ଧା ହାଜର ହେବାକୁ ଚିଠି ଲେଖି ଥିଲେ। କିନ୍ତୁ ଅଲପନ ଦିଲ୍ଲୀ ଯାଇନଥିଲେ। ଆଜି ମମତା ବାନାର୍ଜୀ ତାଙ୍କ ବଦଳି ଉପରେ ରୋକ ଲଗାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଥିଲେ। ତେବେ କେନ୍ଦ୍ର ଏବଂ ପଶ୍ଚିମବଙ୍ଗ ସରକାରଙ୍କ ଲଢେଇ ମଧ୍ୟରେ ଅଲପନ ମୁଖ୍ୟ ଶାସନ ସଚିବ ପଦରୁ ଅବସର ନେଇଛନ୍ତି।

Related Posts