ଏଣିକି ରାଜ୍ୟର ପ୍ରତି ପଞ୍ଚାୟତକୁ ଗଡିବ ‘ମୋ ବସ୍’

ଭୁବନେଶ୍ୱର,୨୩/୫(ସତ୍ୟପାଠ ବ୍ୟୁରୋ): ଏଣିକି ଗାଁରେ ଗଡିବ ‘ମୋ ବସ୍’ । ବ୍ଲକ୍‌ ମୁଖ୍ୟାଳୟରୁ ପ୍ରତି ପଞ୍ଚାୟତକୁ ଯୋଡ଼ିବ ‘ମୋ ବସ୍’ ସେବା । ପଞ୍ଚାୟତରେ ପରିବହନ ସେବା ବୃଦ୍ଧି ପାଇଁ ଲକ୍ଷ୍ମୀ ସ୍କିମ୍ ମାଧ୍ୟମରେ ବସ୍ ସେବା ଆରମ୍ଭ ହେବ । ଏ ନେଇ ପରିବହନ ସଚିବ ଉଷା ପାଢ଼ୀ ସୂଚନା ଦେଇଛନ୍ତି।

ତେବେ ପ୍ରଥମ ପର୍ଯ୍ୟାୟରେ ପାଇଲଟ୍ ପ୍ରୋଜେକ୍ଟ ଭାବେ ରାଜ୍ୟର ୬ଟି ଜିଲ୍ଲାକୁ ନିଆଯାଇଛି। ଏହି ୬ଟି ଜିଲ୍ଲାରେ ପ୍ରଥମେ ଆରମ୍ଭ ହେବ ‘ମୋ ବସ୍’ ସେବା । ଅବିଭକ୍ତ କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ମାଲକାନଗିରି, କଳାହାଣ୍ଡି ଓ ଗଜପତି ଜିଲ୍ଲାରେ ସେବା ଆରମ୍ଭ ହେବ । ଆସନ୍ତା ୬ ମାସ ମଧ୍ୟରେ ଏହି ବସ୍ ସେବା ଆରମ୍ଭ ହେବ ।ପରବର୍ତ୍ତୀ ସମୟରେ ରାଜ୍ୟର ସମସ୍ତ ପଞ୍ଚାୟତକୁ ମୋ ବସ ଚାଲିବ ବୋଲି ପରିବହନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Related Posts