ଓମାର ଓ ମେହବୁବାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ

ସତ୍ୟପାଠ ବ୍ୟୁରୋ : ବିହାରର ଜଣେ ଆଇନଜୀବୀ ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଓ ମେହବୁବା ମୁଫତିଙ୍କ ସମେତ ଅନ୍ୟ ନେତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରିଛନ୍ତି । ପଶ୍ଚିମ ଚମ୍ପାରଣର ବିତିୟା କୋର୍ଟରେ ଅନୁଚ୍ଛେଦ ୩୭୦କୁ ବିରୋଧ କରିଥିବାରୁ ଏହି ସବୁ ନେତାଙ୍କ ବିରୋଧରେ ଆଇନଜୀବୀଜଣଙ୍କ ମମାଲା ରୁଜୁ କରିଛନ୍ତି ।

ଆଇନଜୀବୀଙ୍କ କହିବାନୁସାରେ, କୋର୍ଟ ମାମଲାକୁ ଗ୍ରହଣ କରିଛନ୍ତି । ଆସନ୍ତା ମାସ ୨୪ ତାରିଖରେ ଏହାର ଆଗାମୀ ଶୁଣାଣି ହେବ ବୋଲି କୋର୍ଟ କହିଛନ୍ତି ।

ପିଡିପି ନେତ୍ରୀ ମେହବୁବା ମୁଫତି ଓ ନ୍ୟାଶନାଲ କନଫରେନ୍ସର ନେତା ଓମାର ଅବଦୁଲ୍ଲା ସରକାରଙ୍କ ଏହି ନିଷ୍ପତି ନିନ୍ଦା କରିଥିଲେ । ଓମାର କାଶ୍ମୀରରେ ଅଧିକ ସୈନ୍ୟ ମୂତୟନକୁ ବିରୋଧ କରିଥିଲେ । ଏହା ଅବୈଧ ଓ ଆସାମ୍ବିଧାନିକ ବୋଲି ମଧ୍ୟ ସେ କହିଥିଲେ ।

ସେହିପରି ପିଡିପି ନେତ୍ରୀ ମେହବୁବା ମୁଫତି ସରକାରଙ୍କ ନିଷ୍ପତିକୁ ତୀବ୍ର ବିରୋଧ କରିବା ସହ ଧମକ ଦେଇଥିଲେ । ଏହା ଦେଶ ପାଇଁ ଏକ କଳାଦିନ ଓ ଧାରା ୩୭୦ ଉଚ୍ଛେଦ ଏକତରଫା ଓ ବେଆଇନ ବୋଲି ସେ କହିଥିଲେ । ଏହା ବ୍ୟତୀତ ସେ ଟ୍ୱିଟ କରି କହିଥିଲେ, ୩୭୦କୁ ଉଚ୍ଛେଦ କଲେ ପରିଣାମ ଭୟାବହ ହେବ । ଭାରତ ସରକାରଙ୍କ ଉଦେଶ୍ୟ ସ୍ପଷ୍ଟ ନୁହେଁ । ଏପରିକି ତାଙ୍କୁ ଧୋକା ଦିଆଯାଇଥିବା ସେ କହିଥିଲେ ।

Related Posts