ଡ୍ୟାମ ଉପରେ ବନ୍ୟାଜଳ, ବହୁ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ

ସତ୍ୟପାଠ ବ୍ୟୁରୋ : ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଜିଲ୍ଲାରେ ଲଗାଣ ବର୍ଷା । ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀରେ ବନ୍ୟା ଜଳ ପ୍ରବାହିତ । ବନ୍ୟା ଜଳ ଘେରରେ ତୁମୁଡିବନ୍ଧ ବ୍ଲକର ସିର୍ଲା, ଲଙ୍କାଗଡ, ଝିରିପାଣି, ଗୁମା ଅଞ୍ଚଳବାସୀ ।

ଡାକପାଲା ଡ୍ୟାମ୍ ଉପରେ ୨-୩ ଫୁଟ ବନ୍ୟାଜଳ ପ୍ରବାହିତ । ଫଳରେ ଡାକପାଲା, ଦାମିକା ସମେତ ଅନେକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି । ବାଲିଗୁଡା-ତୁମୁଡିବନ୍ଧ ରାସ୍ତାର ବାଟାଗୁଡା-ମଣ୍ଡଳପଦରଠାରେ ରାସ୍ତା କଲଭର୍ଟ ଧୋଇଯିବା ଫଳରେ ଗମନାଗମନ ବିଚ୍ଛିନ ହୋଇଛି ।

Related Posts