ନୁପୁର ଶର୍ମା ବିବାଦ; ପ୍ରୟାଗରାଜ ହିଂସାରେ ସାମିଲ ଥିବା ଆଉ ୫୯ ଜଣଙ୍କ ଫଟୋ ଜାରିକଲା ପୋଲିସ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଉତ୍ତରପ୍ରଦେଶର ପ୍ରୟାଗରାଜ ହିଂସାରେ ସାମିଲ ଥିବା ଆଉ ୫୯ ଜଣଙ୍କ ଫଟୋ ଜାରିକଲା ପୋଲିସ । ପ୍ରୟାଗରାଜର ଏସଏସପି ଏହି ଅଭିଯୁକ୍ତମାନଙ୍କର ଗିରଫ ପାଇଁ ସେମାନଙ୍କର ଫଟୋ ସୋସିଆଲ୍ ମିଡିଆ ସାହାଜ୍ୟରେ ସାର୍ବଜନୀନ କରିଛନ୍ତି। ପୋଲିସ ଚେତାବନୀ ଦେଇଛିଯେ ଅଭିଯୁକ୍ତ ଆତ୍ମ ସମର୍ପଣ କରିଦିଅନ୍ତୁ। ନହେଲେ ଅଦାଲତରୁ ଅନୁମତି ନେଇ ତାଙ୍କ ଧନ ସମ୍ପତ୍ତିକୁ ବାଜ୍ୟାପ୍ତ କରାଯିବ। ଏହି ମାମଲାରେ ପୋଲିସ ବର୍ତ୍ତମାନ ସୁଦ୍ଧା ୯୫ ଜଣଙ୍କୁ ଗିରଫ କରିସାରିଛି। ବରିଷ୍ଠ ପୋଲିସ ଅଧିକ୍ଷକ ଅଜୟ କୁମାର କହିଛନ୍ତି ଯେଉଁମାନଙ୍କୁ ଗିରଫ କରାଯାଇପାରିବ ନାହିଁ। ସେମାନଙ୍କ ବିରୋଧରେ ୱାରେଣ୍ଟ ଜାରି କରାହେବ।

ସେମାନଙ୍କୁ ୧୦୭,୧୧୬ ଓ ଅନ୍ୟ ଧାରା ଅଧୀନରେ କଟକଣା ଲାଗୁ ହେବ। ଅଜୟ କୁମାର କହିଛନ୍ତି ଅଭିଯୁକ୍ତଙ୍କ ଘରକୁ ମଧ୍ୟ ବାଜ୍ୟାପ୍ତି କରାଯିବ। ସେ କହିଛନ୍ତି ଆସନ୍ତା ଶୁକ୍ରବାର ପୁଣି ଏପରି ଘଟଣା ନଘଟୁ ସେଥିପାଇଁ ଧାର୍ମିକ ପିଠରେ ପର୍ୟ୍ୟାପ୍ତ ସଂଖ୍ୟାରେ ପୋଲିସ କର୍ମଚାରୀଙ୍କୁ ନିଯୁକ୍ତ ନିୟୋଜିତ କରାଯାଇଛି ପ୍ରମୁଖ ଧର୍ମଗୁରୁମାନଙ୍କ ସହିତ ମଧ୍ୟ ଯୋଗାଯୋଗ କରାଯାଉଛି। ସେ କହିଛନ୍ତି କୌଣସି ନିର୍ଦ୍ଦୋଷ ବ୍ୟକ୍ତିଙ୍କୁ ଯେପରି ଜେଲ୍କୁ ଯିବାକୁ ନପଡ଼େ ସେଥିପାଇଁ ଏକ କମିଟି ଗଠନ କରାଯାଇଛି। ଏହି କମିଟି ଭୁଲ୍ ଠିକ୍ ନିର୍ଣ୍ଣୟ କରିବା ପରେ ଗିରଫ କରାଯାଉଛି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts