OBC POLITICS

20 ବର୍ଷ ପରେ କାହିଁକି OBC/ SEBCଙ୍କ କଥା ମନେ ପଡ଼ିଲା ?

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର: OBCଙ୍କୁ ହାତେଇବ କିଏ ? କିଏ ହେବ ଓବିସି ଚାମ୍ପିଅନ ? OBC/SEBS ଭୋଟ ହାତେଇବେ କିଏ ? ଆଗାମୀ ଜନଗଣନାରେ କେନ୍ଦ୍ର ସରକାର OBCଙ୍କୁ ସାମିଲ କରିବାକୁ ରାଜ୍ୟ ପ୍ରସ୍ତାବ ଦେବାକୁ ସଙ୍କଳ୍ପ ପାରିତ କରିବା ପରେ ରାଜ୍ୟରେ ଆରମ୍ଭ ହୋଇଯାଇଛି ଓବିସି ପଲିଟିକ୍ସ ।

20 ବର୍ଷ ପରେ କାହିଁକି OBC/ SEBCଙ୍କ କଥା ମନେ ପଡ଼ିଲା ?: ବିଜେପି

2021 ପାଇଁ ରାଜ୍ୟରେ ଜାତିଭିତ୍ତିକ ଜନଗଣନା ନେଇ ଆରମ୍ଭ ହୋଇଯାଇଛି ରାଜନୀତି । OBC/SEBSଙ୍କ ଭୋଟ ହାତେଇବାକୁ ପ୍ରୟାସ ଆରମ୍ଭ କରିଛନ୍ତି ଉଭୟ ବିଜେଡି ଓ ବିଜେପି । OBC/SEBS ତାଲିକା ପ୍ରସ୍ତୁତ କରିବାକୁ ରାଜ୍ୟ ସରକାର କହିବା ପରେ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରିଛି ବିଜେପି । ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ସିଧା ସିଧା ବିଜେଡିକୁ ଟାର୍ଗେଟ କରି କହିଛନ୍ତି । ନବୀନ ବାବୁଙ୍କୁ କାହିଁକି 20 ବର୍ଷ ପରେ OBC/ SEBCଙ୍କ କଥା ମନେ ପଡ଼ିଲା ? ଜନଗଣନା ରିପୋର୍ଟ କେନ୍ଦ୍ର ସରକାରଙ୍କ ତରଫରୁ ହେଉଥିବା ବେଳେ ରାଜ୍ୟ ସରକାର କାହିଁକି OBC/ SEBC ତାଲିକା ନିଜେ ପ୍ରସ୍ତୁତ କରିବାକୁ କହିଲେ ? ଏହାର ଉଦ୍ଦେଶ୍ୟ ହେଲା ନିଜ ଦଳୀୟ କର୍ମୀ ଓ ନେତାଙ୍କୁ ଫାଇଦା ଦେବା ଭଳି ତାଲିକା ପ୍ରସ୍ତୁତ କରିବେ । ରାଜ୍ୟ ସରକାର ଓବିସି ତାଲିକା କଲେ ଦଳୀୟ ଭିତ୍ତିରେ କରିବେ ବୋଲି ଆଶଙ୍କା ରହିଛି । ଚାକିରି କିମ୍ବା ଶିକ୍ଷା କ୍ଷେତ୍ରରେ OBC/ SEBC ବର୍ଗର ଲୋକଙ୍କୁ ସରକାର କାହିଁକି ସଂରକ୍ଷଣ ଦେଇନାହାନ୍ତି ? 26 ବର୍ଷ ହେଲା ଓଡ଼ିଶା ଏଥିରୁ କାହିଁକି ବଞ୍ଚିତ ରହିଛି ତାହା ସ୍ପଷ୍ଟ କରନ୍ତୁ ସରକାର ।  ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ଖାଦ୍ୟ ସୁରକ୍ଷା ଯୋଜନାରେ ରାଜ୍ୟ ସରକାରଙ୍କ ଚଞ୍ଚକତାକୁ ଉଦାହରଣ ଆକାରରେ ନେଇ ପୃଥ୍ବୀରାଜ କହିଛନ୍ତି ଯଦି OBC/SEBC ତାଲିକା ରାଜ୍ୟ ସରକାର ପ୍ରସ୍ତୁତ କରନ୍ତି ତେବେ ଏହି ଭଳି ଏକାଧିକ କେନ୍ଦ୍ରୀୟ ଯୋଜନାରେ ଚଞ୍ଚକତା କରିବାକୁ ନବୀନ ବାବୁଙ୍କୁ ସୁବିଧା ହେବ ।

 

Related Posts