ଏନସିଆରବି ରିପୋର୍ଟ ଖୋଲିଲା ରାଜ୍ୟ ସରକାରଙ୍କ ଅସଲ ଚେହେରା: ଦେଶର ସର୍ବାଧିକ ଅପରାଧରେ ଓଡ଼ିଶା ଦ୍ୱିତୀୟରେ

ରାଜ୍ୟରେ ବଢିଚାଲିଛି ଅପରାଧ । ସୁରକ୍ଷିତ ନାହାଁନ୍ତି ମହିଳା । ଜାତୀୟ ଅପରାଧ ନଥି ବ୍ୟୁରୋ ରିପୋର୍ଟରେ ସମଗ୍ର ଦେଶରେ ଅପରାଧରେ ଓଡ଼ିଶା ଦ୍ଵିତୀୟ ସ୍ଥାନରେ ରହିଛି। ରାଜ୍ୟ ସରକାର ଓଡ଼ିଶାରେ ଆଇନ ଶୃଙ୍ଖଳା ଠିକ ଚାଲିଥିବା ଡିଣ୍ଡିମ ପିଟୁଥିବା ବେଳେ ଏନସିଆରବି ରିପୋର୍ଟରେ ନାରୀ ନିର୍ଯ୍ୟାତନା ବଢିଥିବା ପ୍ରସଙ୍ଗରେ କଂଗ୍ରେସ ଓ ବିଜେପି କଡ଼ା ସମାଲୋଚନା କରିଛନ୍ତି ।

ଜାତୀୟ ଅପରାଧ ନଥି ବ୍ୟୁରୋ ଅର୍ଥାତ ଏନସିଆରବିର ରିପୋର୍ଟ-୨୦୧୭ ଗତ ସୋମବାର ପ୍ରକାଶ ପାଇଛି। ରାଜ୍ୟରେ ନାରୀ ନିର୍ଯ୍ୟାତନା ବଢୁଥିବାରୁ ଏହି ତାଲିକାରେ ଦ୍ୱିତୀୟରେ ରହିଛି ଓଡ଼ିଶା । ତେଣୁ ମହିଳାଙ୍କ ପାଇଁ ଓଡ଼ିଶା ସର୍ବାଧିକ ଅସୁରକ୍ଷିତ ଅତ୍ୟନ୍ତ ନୈରାଶ୍ୟଜନକ । ନିର୍ବାଚନ ବେଳେ ନବୀନଙ୍କ ଘୋଷଣା ଏହାର ବିରୁଦ୍ଧାଚରଣ କରୁଛି କହି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କଡା ସମାଲୋଚନା କରିଛନ୍ତି ।  ଏହି ଏନସିଆରବି ରିପୋର୍ଟ ରାଜ୍ୟ ସରକାରଙ୍କ ଅସଲ ଚେହେରା ଦେଖାଇଛି ।

Related Posts