ଆବଶ୍ୟକ ହେଲେ ଅର୍ଦ୍ଧସାମରିକ ବାହିନୀ ପ୍ରୟୋଗ କର: ସୁପ୍ରିକୋର୍ଟଙ୍କ ଚରମବାଣୀ ଅଦାଲତ ବନ୍ଦ କୁ ବରଦାସ୍ତ କରାହେବନି

ହାଇକୋର୍ଟରେ ଆଇନଜୀବୀଙ୍କ କୋର୍ଟ ବର୍ଜନକୁ ସୁପ୍ରିମ କୋର୍ଟଙ୍କ ନିନ୍ଦା। ହାଇକୋର୍ଟରେ ଚାଲିଥିବା ଅଚଳବାସ୍ଥାକୁ ନେଇ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟ । ଜଷ୍ଟିସ ଏସ୍.କେ କୌଲ ଓ କେ.ଏମ୍ ଯୋସେଫଙ୍କୁ ନେଇ ଗଠିତ ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି ଯେ, ବିଚାର ପ୍ରକ୍ରିୟାକୁ ଅଚଳ କରିବା ଉଦ୍ୟମକୁ କୌଣସି ପରିସ୍ଥିତିରେ ଗ୍ରହଣ କରାଯିବନି । ନ୍ୟାୟର ମନ୍ଦିରକୁ ସ୍ବାଭାବିକ ଭାବେ କାର୍ଯ୍ୟ କରିବା ପାଇଁ ଆବଶ୍ୟକ ପଡିଲେ ଅର୍ଦ୍ଧ ସାମରିକ ବଳର ସହାୟତା ନେବାକୁ ହାଇକୋର୍ଟକୁ ପରାମର୍ଶ ଦେଇଛନ୍ତି ସୁପ୍ରିମକୋର୍ଟ। ଏଥିପାଇଁ ଆବଶ୍ୟକ ହେଲେ କେନ୍ଦ୍ର ସରକାରଙ୍କୁ ସୁପ୍ରିକୋର୍ଟ ନିର୍ଦ୍ଦେଶ ଦେବେ ବୋଲି ଦୁଇ ଜଣିଆ ଖଣ୍ଡପୀଠ କହିଛନ୍ତି । ଏନେଇ ୨ ଦିନ ମଧ୍ୟରେ ରିପୋର୍ଟ ଦାଖଲ ପାଇଁ ମଧ୍ୟ ସୁପ୍ରିମ୍ କୋର୍ଟ ଦେଇଛନ୍ତି ନିର୍ଦେଶ । ମାମଲାର ପରବର୍ତ୍ତୀ ଶୁଣାଣି ଗୁରୁବାର ହେବ । ସେପଟେ ନିଜ ଦାବିକୁ ଦିଲ୍ଲୀ ପର୍ଯ୍ୟନ୍ତ ନେବାକୁ ସଜବାଜ ହେଉଛି ହାଇକୋର୍ଟ ବାର ଆସୋସିଏସନ । ହାଇକୋର୍ଟ ବାର ଆସୋସିଏସନର ଆକ୍ସନ ଟେକେନ କମିଟି ଓ ଆଡଭାଇଜରି କମିଟିର ବୈଠକ ପରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ବାର୍ର ଏକ ପ୍ରତିନିଧି ମଣ୍ଡଳୀ ଦିଲ୍ଲୀ ଯାଇ କେନ୍ଦ୍ର ଆଇନମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀକୁ ଭେଟିବା ସହ କଲେଜିୟମ ଉଚ୍ଛେଦ ନେଇ ଦାବି ଉପସ୍ଥାପନ କରିବ । ଏହାକୁ ଏକ ଜାତୀୟ ପ୍ରସଙ୍ଗ କରିବାକୁ ସମସ୍ତ ପ୍ରୟାସ କରାଯିବ ବୋଲି ବାର୍ ପକ୍ଷରୁ କୁହାଯାଇଛି ।

Related Posts