ଆଜିଠୁ ଓଡିଶା ବିଧାନସଭା ବଜେଟ ଅଧିବେଶନ

ଭୁବନେଶ୍ବର: ଆଜିଠୁ ବସିବ ବିଧାନସଭା ବଜେଟ ଅଧିବେଶନ । ଆଜିଠୁ ଆରମ୍ଭ ହୋଇ ଏହି ସ୍ୱଳ୍ପକାଳୀନ ବଜେଟ ଅଧିବେଶନ ମାର୍ଚ୍ଚ ୩୧ ତାରିଖ ଯାଏଁ ଚାଲିବ । ମାତ୍ର ଏହି ୭ ଦିନ ମଧ୍ୟରେ ରବିବାର ଛୁଟି ଦିନ ପଡୁଥିବାରୁ ଅନ୍ୟ ୬ ଦିନ ଗୃହକାର୍ଯ୍ୟ ଚାଲିବ । ଆଇନ ଶୃଙ୍ଖଳା ଠାରୁ ଆରମ୍ଭ କରି ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବ ବିରୋଧୀ ।
କାର୍ଯ୍ୟସୂଚୀ ଅନୁଯାୟୀ, ପ୍ରଥମ ଦିନରେ ଗୃହ କାର୍ଯ୍ୟ ଦିନ 11 ଟାରେ ଆରମ୍ଭ ହେବ । ଏହି ସମୟରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଗୃହରେ ଅଭିଭାଷଣ ରଖିବେ । ପରେ ଗୃହର ଦିବଙ୍ଗତ ନେତା ଓ କୋଭିଡ଼ ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରାଯିବ । ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳ, ପୂର୍ବତନ ବାଚସ୍ପତି କିଶୋର ମହାନ୍ତିଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରାଯାଇ ଗୃହକୁ ୪ଟା ପର୍ଯ୍ୟନ୍ତ ମୁଲତବୀ କରାଯିବ ।ଏହାପରେ ଅପରାହ୍ନ ଅଧିବେଶନରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଲୋଚନା କରାଯିବ । ୨୮ ତାରିଖ ଯାଏଁ ମୋଟ ୩ ଦିନ ଧରି ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଗୃହରେ ଆଲୋଚନା ହେବ । ୩୦ରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ କାମଚଳା ବଜେଟ ଉପସ୍ଥାପନ କରିବେ । ୩୧ ତାରିଖରେ ଭୋଟ ଅନ୍ ଆକାଉଣ୍ଟ ଜରିଆରେ ଗୃହରେ ବ୍ୟୟ ମଞ୍ଜୁର ବିଲ୍ ପାରିତ କରାଯିବ । ତେବେ ଚଳିତ ଥର ବି କୋଭିଡ କଟକଣାରେ ବିଧାନସଭା ବସିବାକୁ ଯାଉଥିବାରୁ ପୂର୍ବ ବ୍ୟବସ୍ଥା ଅନୁସାରେ ବିଧାୟକମାନେ ସାମାଜିକ ଦୂରତା ରଖି ବସିବେ ।

ଅନ୍ୟପଟେ ଆଇନ ଶୃଙ୍ଖଳା ସହ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବ ବିରୋଧୀ । ବିଜେପି ବିଧାୟକ ଦଳ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଯାଇଛି ।

ତେବେ ସରକାରଙ୍କୁ ଘେରିବା ପାଇଁ ବିଧାୟକ ଦଳ ବୈଠକରେ ରଣନୀତି ପ୍ରସ୍ତୁତ କରିସାରିଛି ଦଳ । କଂଗ୍ରେସ ଓ ବିଜେଡି ବିଧାୟକ ଦଳ ବୈଠକ ହେବା ନେଇ ମଧ୍ୟ ସୂଚନା ମିଳିଛି । ପୂର୍ବାହ୍ନ ୧୧ଟାରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଅଭିଭାଷଣ ରଖିବେ ।

ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ହେମାନନ୍ଦ ବିଶ୍ୱାଳ ଏବଂ ପୂର୍ବତନ ବାଚସ୍ପତି ତଥା ବିଧାୟକ କିଶୋର ମହାନ୍ତିଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ ହେବ ।

Related Posts