ଅଗ୍ନିକାଣ୍ଡକୁ ନେଇ ସବୁଠୁ ଆଗରେ ଓଡ଼ିଶା: ଏନସିଆରବି ରିପୋର୍ଟ

ନୂଆଦିଲ୍ଲୀ: ଗତକାଲି ବିହାରର ଔରଙ୍ଗାବାଦ ଜିଲ୍ଲାରେ ଛଠ ପୂଜା ନେଇ ପ୍ରସାଦ ପ୍ରସ୍ତୁତ ସମୟରେ ଏଲପିଜି ସିଲିଣ୍ଡର ବିସ୍ଫୋରଣ ହୋଇଥିଲା। ତେବେ ଏହି ଘଟଣାରେ ପ୍ରାୟ ୩୫ ଜଣ ଆହତ ହୋଇଛନ୍ତି । ଦୁର୍ଘଟଣାରେ ସାଧାରଣ ଲୋକଙ୍କ ସହ ପୋଲିସ ସାମିଲ ଅଛନ୍ତି । ଆହତଙ୍କ ମଧ୍ୟରୁ ଅନେକ ଗୁରୁତର ଥିବା କୁହାଯାଉଛି ।

ତେବେ ଏହି ଅଗ୍ନିକାଣ୍ଡ ପ୍ରଥମ ଘଟଣା ନୁହେଁ, ଯେଉଁଥିରେ ଲୋକଙ୍କ ଜୀବନ ବିପଦରେ ପଡିଛି । ପୂର୍ବରୁ ମଧ୍ୟ ସାରା ଦେଶରେ ଅନେକ ବଡ଼ ଦୁର୍ଘଟଣା ଘଟିସାରିଛି । ଗତ ବର୍ଷ ଆଠ ହଜାରରୁ ଅଧିକ ଅଗ୍ନିକାଣ୍ଡ ଘଟଣା ରେକର୍ଡ ହୋଇଛି ।

ଗତ ବର୍ଷ ଅର୍ଥାତ ୨୦୨୧ରେ ଅଗ୍ନିକାଣ୍ଡର ୮,୪୯୧ ଘଟଣା ରେକର୍ଡ ହୋଇଛି । ଏହି ସଂଖ୍ୟା ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ ଜାରି ତଥ୍ୟରୁ ଜଣାପଡିଛି । ଏହା ଅନୁସାରେ ୨୦୨୧ରେ ୮,୩୪୮ ଜଣ ନିଆଁରେ ପୋଡି ହୋଇ ଜୀବନ ହରାଇଛନ୍ତି । ଏଥିରୁ ଅଧିଂକାଶ ମାମଲା ରେସିଡେନସିଆନ ବିଲ୍ଡିଂ ଏବଂ କଲୋନୀରେ ଘଟିଛି । ତେବେ ଆଶ୍ୱସ୍ତୀର ବିଷୟ ଏହା ଯେ ପୂର୍ବ ବର୍ଷ ତୁଳନାରେ ଏହି ମାମଲାରେ ୯ ପ୍ରତିଶତ ହ୍ରାସ ଘଟିଛି । ୨୦୨୦ରେ ଅଗ୍ନିକାଣ୍ଡର ୯,୩୨୯ ମାମଲା ରେକର୍ଡ ହୋଇଥିଲା।

ଅଗ୍ନିକାଣ୍ଡକୁ ନେଇ ଏନସିଆରବି ରିପୋର୍ଟ ଅନୁସାରେ ୨୦୧୭ରୁ ୨୦୨୧ ମଧ୍ୟରେ ଅଗ୍ନିକାଣ୍ଡର ୫୫ ହଜାର ୩୫୩ ଘଟଣା ରେକର୍ଡ ହୋଇଛି । ଏଥିରେ ମୋଟ ୫୪,୨୮୦ ଜଣଙ୍କ ଜୀବନ ଯାଇଛି । ୨୦୨୧ ମସିହାରେ ୮,୩୪୮ ଜଣ, ୨୦୨୦ରେ ୯,୧୧୦ ଜଣ, ୨୦୧୯ରେ ୧୦,୯୧୫ ଜଣ, ୨୦୧୮ରେ ୧୨,୭୪୮ ଜଣ, ୨୦୧୭ରେ ୧୩,୧୫୯ ଜଣଙ୍କ ଅଗ୍ନିକାଣ୍ଡରେ ଜୀବନ ଯାଇଛି।

ଏନସିଆରବି ରିପୋର୍ଟ ଅନୁସାରେ ଅଗ୍ନିକାଣ୍ଡର ସବୁଠୁ ଅଧିକ ଘଟଣା ଓଡ଼ିଶାରେ ଘଟିଛି । ଓଡିଶାରେ ୧୨୪୮ଟି ଅଗ୍ନିକାଣ୍ଡ ଘଟଣାରେ ୧୨୪୮ ଜଣଙ୍କ ଜୀବନ ଯାଇଛି । ଏହା ପଛକୁ ମଧ୍ୟ ପ୍ରଦେଶ ରହିଛି । ଏଠାରେ ୧୧୭୯ଟି ଘଟଣାରେ ୧୧୭୮ ଜଣଙ୍କ ଜୀବନ ଯାଇଛି । ଛତିଶଗଡରେ ୭୦୨ଟି ଅଗ୍ନିକାଣ୍ଡ ଘଟଣାରେ ୭୦୨ ଜଣଙ୍କ ମୃତ୍ୟୁ ହୋଇଛି

Related Posts