ପୂର୍ଣ୍ଣାଙ୍ଗ ବଜେଟର ବ୍ୟୟ ଅଟକଳ ୧ଲକ୍ଷ ୩୯ହଜାର କୋଟି ଟଙ୍କା

ସତ୍ୟପାଠ ବ୍ୟୁରୋ : ବିଧାନସଭାରେ ଉପସ୍ଥାପନ ହୋଇଛି ପୂର୍ଣ୍ଣାଙ୍ଗ ରାଜ୍ୟ ବଜେଟ । ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ରାଜ୍ୟ ବଜେଟ ଆଗତ କରିଛନ୍ତି । ପୂର୍ଣ୍ଣାଙ୍ଗ ବଜେଟର ବ୍ୟୟ ଅଟକଳ ୧ଲକ୍ଷ ୩୯ହଜାର କୋଟି ଟଙ୍କା ରଖାଯାଇଛି ।

ପ୍ରଥମେ କୃଷି ବଜେଟ ଉପସ୍ଥାପିତ ହୋଇଛି । କୃଷିକ୍ଷେତ୍ରରେ ସର୍ବାଧିକ ଅଭିବୃଦ୍ଧି ଆମ ସରକାର ମୂଳ ଲକ୍ଷ୍ୟ ବୋଲି ବଜେଟ ଆଗତ ବେଳେ କହିଛନ୍ତି ଅର୍ଥମନ୍ତ୍ରୀ । ବିଗତ ୭ବର୍ଷ ମଧ୍ୟରେ ୫ମ ଥର ଆମ ରାଜ୍ୟ କୃଷି କର୍ମଣ ପୁରସ୍କାର ପାଇଛି । ଚାଷୀ, ଭାଗଚାଷୀ ଓ କୃଷି ଶ୍ରମିକଙ୍କ ପାଇଁ କାଳିଆ ଯୋଜନା ଆରମ୍ଭ ହୋଇଛି । ୭୫ଲକ୍ଷ ହିତାଧିକାରୀଙ୍କୁ କାଳିଆ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି । କାଳିଆ ପାଇଁ ୫୬୧୧ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ପ୍ରଧାନମନ୍ତ୍ରୀ କୃଷି ସିଂଚାଇ ଯୋଜନା ପାଇଁ ୨୧୮ କୋଟି ବ୍ୟୟ ବରାଦ ହୋଇଛି । ସେହିଭଳି ଚାଷୀଙ୍କୁ ସାର ଯୋଗାଇ ଦେବାକୁ ୧୦୦କୋଟିର ଆବର୍ତ୍ତନ ପାଣ୍ଠି କରାଯାଇଛି । ଅସମ୍ପୂର୍ଣ୍ଣ ଜଳ ପ୍ରକଳ୍ପ ପାଇଁ ୧୮୬୧ କୋଟି ବ୍ୟୟ ବରାଦ କରାଯାଇଛି । ନବକୃଷ୍ଣ ସେଚ ଉନ୍ନୟନ ଯୋଜନାରେ ୬୩୫ କୋଟି ବ୍ୟୟ ବରାଦ ହୋଇଛି । ଚାଷୀମାନଙ୍କୁ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ମିଳିବ । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ପାଇଁ ୪ଶହ କୋଟି ବ୍ୟୟ ବରାଦ ହୋଇଛି । ଚଳିତ ବର୍ଷ ଚାଷୀଙ୍କ ଠାରୁ ୪୯ଲକ୍ଷ ୯ହଜାର ମେଟ୍ରିକ ଟନ ଧାନ ସଂଗୃହୀତ ହୋଇଛି । ମତ୍ସ୍ୟଚାଷୀଙ୍କୁ ପ୍ରୋତ୍ସାହନ ପାଇଁ ପୋଖରୀ ଖୋଳାରେ ୫୦ ପ୍ରତିଶତ ସବସିଡି ମିଳିବ ।

ଫୋନୀ ବାତ୍ୟା ପାଇଁ ଓଡିଶା ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି । ଆଗାମୀ ଦିନରେ ବିପର୍ଯ୍ୟୟ ମୁକାବିଲା ପାଇଁ ବିଶେଷ ବ୍ୟବସ୍ଥା ହେବ । ମହିଳା ସଶକ୍ତିକରଣ ଆମ ସରକାରର ମୂଳଲକ୍ଷ୍ୟ । ପରିବେଶ ସନ୍ତୁଳନ ପାଇଁ ବଜେଟ ପୁସ୍ତିକା ଛପା ହ୍ରାସ କରାଯାଇଛି । ଆଗାମୀ ବର୍ଷ ସଂପୂର୍ଣ୍ଣ ଇଲୋକ୍ଟ୍ରୋନିକ୍ସ ପୁସ୍ତକ ପାଇଁ ବ୍ୟବସ୍ଥା ହେବ । ଆସନ୍ତାବର୍ଷ ଅଭିବୃଦ୍ଧି ହାର ୮.୩ ପ୍ରତିଶତ ହେବାକୁ ଲକ୍ଷ୍ୟ ରଖାଯାଇଛି ।

  • ପ୍ରଶାସନିକ ବ୍ୟୟ ଅଟକଳ ୫୭ ହଜାର ୩୫୦ କୋଟି ଟଙ୍କା ରହିଛି।

  • ଦରମା ପାଇଁ ୨୫ ହଜାର ୫୦୦ କୋଟି ଟଙ୍କା

  • ସୁଧ ଦେୟ ପାଇଁ ୧୩ ହଜାର ୩୦୦ କୋଟି ଟଙ୍କାର ବ୍ୟୟ ଅଟକଳ

  • ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ପାଇଁ ୪୬୦୦ କୋଟି

  • କାର୍ଯ୍ୟକ୍ରମ ବ୍ୟୟ ଅଟକଳ ପାଇଁ ୭୪ ହଜାର ୬୦୦ କୋଟି ଟଙ୍କା

  • ସରକାରୀ ଉଦ୍ୟୋଗ ପାଇଁ ୪ ହଜାର କୋଟି ବ୍ୟୟ ଅଟକଳ

  • ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ୧୯, ୪୯୨ କୋଟି

  • ଆଦର୍ଶ ବିଦ୍ୟାଳୟ ପାଇଁ ୩୨୦ କୋଟି ବ୍ୟୟବରାଦ

  • ଅନୁସୂଚିତ ଜାତି ଛାତ୍ରୀ ନିବାସ ନିମନ୍ତେ ୨୨୭ କୋଟି

  • ଉଚ୍ଚ ଶିକ୍ଷା ଅନୁଷ୍ଠାନର ଭିତ୍ତିଭୂମି ପାଇଁ ୧୫୦ କୋଟି

  • ମେଧାବୀ ଛାତ୍ରଛାତ୍ରୀଙ୍କୁ ବୃତ୍ତି ପ୍ରଦାନ ପାଇଁ ୬୩ କୋଟି

  • ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ୧୫ କୋଟି ବ୍ୟୟବରାଦ

  • ମିଶନ ଶକ୍ତି ପାଇଁ ୩୦୧ କୋଟି ଟଙ୍କାର ବ୍ୟୟବରାଦ

  • ମିଶନ ଶକ୍ତି ଗୃହ ନିର୍ମାଣ ପାଇଁ ଅତିରିକ୍ତ ୧୩୦ କୋଟି ବ୍ୟୟବରାଦ

  • ଗ୍ରାମାଞ୍ଚଳରେ ସହରାଞ୍ଚଳ ସୁବିଧା ଦେବାକୁ ୮୦ କୋଟି ବ୍ୟୟବରାଦ

  • ମଧୁବାବୁ ପେନସନ ଯୋଜନା ପାଇଁ ୨୧୨୦ କୋଟି ବ୍ୟୟବରାଦ

  • କିନ୍ନର, ନିଷ୍ପେସିତ, ଭିକ୍ଷୁକ ବର୍ଗର ଥଇଥାନ ପାଇଁ ୩୧୪୭ କୋଟି

  • ଭୁବନେଶ୍ୱର ଓ ରାଉରକେଲା ସ୍ମାର୍ଟସିଟି ପାଇଁ ୪ଶହ କୋଟି

  • କାଳିଆ ପାଇଁ ମୋଟ ୫୬୧୧ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି

  • ଅସଂପୂର୍ଣ୍ଣ ଜଳ ପ୍ରକଳ୍ପ ପାଇଁ ୧୮୬୧ କୋଟି ବ୍ୟୟବରାଦ କରାଯାଇଛି

  • ନବକୃଷ୍ଣ ସେଚ ଉନ୍ନୟନ ଯୋଜନାରେ ୬୩୫ କୋଟି ବ୍ୟୟବରାଦ

  • ଚାଷୀମାନଙ୍କୁ ୧ ଲକ୍ଷ ପଯର୍ୟନ୍ତ ଋଣ ବିନା ସୁଧରେ ମିଳିବ

  • ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ପାଇଁ ୪ଶହ କୋଟି ବ୍ୟୟବରାଦ

  • ଚଳିତ ବର୍ଷ ଚାଷୀଙ୍କ ଠାରୁ ୪୯ ଲକ୍ଷ ୯ ହଜର ମେଟ୍ରିକ ଟନ୍ ଧାନ ସଂଗୃହିତ

  • ମତ୍ସ୍ୟ ଚାଷୀଙ୍କୁ ପ୍ରେତ୍ସାହନ ପାଇଁ ପୋଖରୀ ଖୋଳାରେ ୫୦% ସବସିଡି

କାର୍ଯ୍ୟକ୍ରମ ବ୍ୟୟ ଅଟକଳ ପାଇଁ ୭୪ହଜାର ୬ଶହ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ସରକାରୀ ଉଦ୍ୟୋଗ ପାଇଁ ୪ହଜାର କୋଟି ବ୍ୟୟ ଅଟକଳ ରଖାଯାଇଛି । ପ୍ରଶାସନିକ ବ୍ୟୟ ଅଟକଳ ୫୭ହଜାର ୩୫୦କୋଟି ରହିଛି । ଦରମା ପାଇଁ ୨୫ହଜାର ୫ଶହ କୋଟି ଟଙ୍କା ରହିଛି । ସୁଧ ଦେୟ ପାଇଁ ୧୩ହଜାର ୩ଶହ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ବିପର୍ଯ୍ୟୟ ଓ ପ୍ରଶମନ ପାଣ୍ଠି ପାଇଁ ୪୬ଶହ କୋଟି ଟଙ୍କା ରଖାଯାଇଛି । ମେଧାବୀ ଛାତ୍ରଛାତ୍ରୀଙ୍କୁ ବୃତ୍ତି ପ୍ରଦାନ ପାଇଁ ୬୩କୋଟି ଟଙ୍କା ରହିଛି ।

ଫନୀ ପ୍ରଭାବିତ ଅଂଚଳରେ ୫ଲକ୍ଷ ପକ୍କାଘର ନିର୍ମାଣ ପାଇଁ ଲକ୍ଷ୍ୟ ରଖାଯାଇଛି । ଗ୍ରାମାଂଚଳରେ ସହରାଂଚଳ ସୁବିଧା ଦେବାକୁ ୮୦କୋଟି ରଖାଯାଇଛି । ଓଡିଆ ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ୧୫କୋଟି ବ୍ୟୟ ବରାଦ କରାଯାଇଛି । ଅନୁସୂଚିତ ଜାତି ଛାତ୍ରୀ ନିବାସ ପାଇଁ ୨୨୭କୋଟି ରଖାଯାଇଛି । ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ୧୪ ହଜାର ୪୯୨କୋଟି ଟଙ୍କା ରଖାଯାଇଛି । ଆଦର୍ଶ ବିଦ୍ୟାଳୟ ପାଇଁ ୩୨୦ କୋଟି ବ୍ୟୟ ବରାଦ କରାଯାଇଛି । ଉଚ୍ଚଶିକ୍ଷା ଅନୁଷ୍ଠାନର ଭିତ୍ତିଭୂମି ପାଇଁ ୧୫୦କୋଟି ରଖାଯାଇଛି । ମମତା ଯୋଜନା ପାଇଁ ୩୦୫କୋଟି ରଖାଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପାଇଁ ୬୮୨୮ କୋଟି ବ୍ୟୟ ବରାଦ ହୋଇଛି । ମଧୁବାବୁ ପେନସନ ଯୋଜନା ପାଇଁ ୨୧୨୦ କୋଟି ବ୍ୟୟ ବରାଦ କରାଯାଇଛି । ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନା ପାଇଁ୧୨୦୩ କୋଟି ବ୍ୟୟ ବରାଦ ହୋଇଛି ।

Related Posts