ଉପସ୍ଥାପିତ ହେଲା ରାଜ୍ୟ ବଜେଟ୍‌ : ପଢ଼ନ୍ତୁ LIVE ଅପଡେଟ୍

ସତ୍ୟପାଠ ବ୍ୟୁରୋ : ଓଡିଶା ବିଧାନସଭାରେ ଉପସ୍ଥାପିତ ହେଲା ରାଜ୍ୟ ବଜେଟ୍ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହି ବଜେଟ୍ ଉପସ୍ଥାପନ କରିଛନ୍ତି । ରାଜ୍ୟର ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନଥିବା ସତ୍ୱେ ବି ରାଜ୍ୟ ସରକାର ଜନସାଧାରଣଙ୍କ ସୁବିଧା ପାଇଁ ଚଳିତ ବଜେଟରେ ଗୁରୁତ୍ୱ ଦେଇଛନ୍ତି ।

ଚଳିତବର୍ଷ ବଜେଟ୍‌କୁ ପେପର ଲେସ୍ କରାଯାଇଛି । ଆଇପାଡ୍ ମାଧ୍ୟମରେ ବିଧାୟକମାନଙ୍କୁ ମିଳିଲା ବଜେଟ୍ କପି ।

  • ଇ-ବଜେଟ୍ ପ୍ରସ୍ତୁତିରେ ଓଡିଶା ଦେଶରେ ଦ୍ୱିତୀୟ ରାଜ୍ୟ ।

  • ଇ-ବଜେଟ୍ ଦ୍ୱାରା ମୁଦ୍ରଣ ଖର୍ଚ୍ଚ ହ୍ରାସ ହୋଇଛି । ଫଳରେ ୭୫ଲକ୍ଷ ପୃଷ୍ଠା କାଗଜ ଛପାଯିବ ନାହିଁ ଏବଂ ଏହାଦ୍ୱାରା ୧ ହଜାର ବଡଗଛକୁ ସୁରକ୍ଷା ଦିଆଯାଇଛି ।

  • କ୍ଲାଇମେଟ ବଜେଟ ନାମରେ ଏକ ଦସ୍ତାବିଜ୍ ପ୍ରସ୍ତୁତ କରିବାର ପ୍ରସ୍ତାବ ରହିଛି ।

  • ଏପରି ଦସ୍ତାବିଜ୍ ପ୍ରସ୍ତୁତ କରିବାରେ ଓଡିଶା ଦେଶରେ ପ୍ରଥମ ରାଜ୍ୟ ହେବ ।

Related Posts