୧୯ ହଜାର ୪୦୦ କୋଟିର କୃଷି ବଜେଟ୍ Published Date: February 18, 2020 (ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର: ବିଧାନସଭାରେ ଉପସ୍ଥାପିତ ହେିଛି କୃଷି ବଜେଟ୍ । ଏଥର ବଜେଟ୍ରେ କୃଷି ପାଇଁ ୧୯ ହଜାର ୪୦୦ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତିି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । କାଳିଆ ବାବଦରେ ସର୍ବାଧିକ ୩, ୧୯୫ କୋଟିର ବ୍ୟୟବରାଦ ହୋଇଥିବାବେଳେ କୃଷକଙ୍କ ଆୟ ବୃଦ୍ଧି ପାଇଁ ସମୃଦ୍ଧି କୃଷି ନୀତି ଆସିବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ । ଚାଷୀଙ୍କୁ ଋଣ ବାବଦକୁ ଖର୍ଚ୍ଚ ହେବ ୧୫ ହଜାର କୋଟି ଟଙ୍କା । ଆଗାମୀ ୫ ବର୍ଷରେ ଆୟ, ଉତ୍ପାଦନ ବୃଦ୍ଧି ପାଇଁ ଯୋଜନା କରାଯାଇଛି । ଚାଷୀଙ୍କୁ ଆଗୁଆ ବିହନ ପାଇଁ ୧୦୦ କୋଟିର ଆବର୍ତ୍ତନ ପାଣ୍ଠି, ଆଗୁଆ ସାର ଯୋଗାଣ ପାଇଁ ୧୦୦ କୋଟିର ବ୍ୟୟବରାଦ କରାଯାଇଛି । ସେହିପରି ୨୦୨୦-୨୧ରେ ୧ ଲକ୍ଷ ୮୪ ହଜାର ହେକ୍ଟର ଜମିକୁ ଜଳସେଚନ ଲକ୍ଷ୍ୟ ରହିଛି । କୃଷି ଓ ଆନୁଷଙ୍ଗିକ କାର୍ଯ୍ୟ ପାଇଁ ୬୦ କୋଟି ବ୍ୟୟ ବରାଦ ରହିଛି । ରାଜ୍ୟ ମାଣ୍ଡିଆ ମିସନ ପାଇଁ ୧୦୬ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ସୁନ୍ଦରଗଡ଼, ମୟୂରଭଞ୍ଜ ଓ କୋରାପୁଟରେ ଜଳଛାୟା କ୍ଲଷ୍ଟର ଗଠିତ ହେବ ବୋଲି ବଜେଟରେ ଦର୍ଶାଇଛନ୍ତି ଅର୍ଥମନ୍ତ୍ରୀ । ବିଭିନ୍ନ ଜଳସେଚନ ପ୍ରକଳ୍ପ ପାଇଁ ଜିଲ୍ଲା ଖଣିଜ ପାଣ୍ଠିରୁ ୨୨୦ କୋଟି ଟଙ୍କା ଅଣାଯାଇ ବୃହତ ଓ ଗୋଷ୍ଠୀ ଉଠା ଜଳସେଚନ ପ୍ରକଳ୍ପରେ ଖର୍ଚ୍ଚ ହେବ । କୃଷିର ଉନ୍ନତି ପାଇଁ ଶ୍ରେଷ୍ଠ ବ୍ୟାଙ୍କକୁ ମୁଖ୍ୟମନ୍ତ୍ରୀ ପୁରସ୍କାର ମିଳିବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ । https://www.satyapatha.com/wp-content/uploads/2020/02/N.mp4 ସେପଟେ ବଜେଟକୁ ନୈରାଶ୍ୟଜନକ ଓ ଲୋକ ବିରୋଧୀ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । କୃଷି କ୍ଷେତ୍ରରେ ଗତବର୍ଷ ଅପେକ୍ଷା ବ୍ୟୟ ବରାଦ କମିଛି, ବଜେଟରେ ଗୁଣାତ୍ମକ ଶିକ୍ଷାକୁ ପ୍ରାଥମିକତା ଦିଆ ଯାଇନି, ଦିଲ୍ଲୀ ଭଳି ଶିକ୍ଷା କ୍ଷେତ୍ରରେ ପୁଞ୍ଜି ବିନିଯୋଗ କରା ଯାଉନି । ତେଣୁ ଏଭଳି ବଜେଟ୍ ଓଡ଼ିଶାବାସୀଙ୍କୁ ନିରାଶ କରିବ ବୋଲି କହିଛନ୍ତି ନରସିଂହ ।