କରୋନା ପାଇଁ ଯୁକ୍ତ ଦୁଇ ପରୀକ୍ଷା ବାତିଲ କଲେ ଓଡିଶା ସରକାର

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଯୁକ୍ତ ଦୁଇ ଶେଷ ବର୍ଷ ପରୀକ୍ଷାକୁ ନେଇ ଲାଗିରହିଥିବା ଦ୍ବନ୍ଦ୍ବ ଶେଷରେ ଦୂର ହୋଇଛି। କରୋନାର ଦ୍ବିତୀୟ ଲହର ଭୟାବହତାକୁ ଦୃଷ୍ଟିରେ ରଖି ଯୁକ୍ତ ୨ ପରୀକ୍ଷା  ବାତିଲ କରିଛନ୍ତି ଓଡ଼ିଶା ସରକାର। ଏନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ପରୀକ୍ଷା ଠାରୁ ଛାତ୍ରଛାତ୍ରୀଙ୍କ ଜୀବନ ଗୁରୁତ୍ୱପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ତେବେ କିଭଳି ମୂଲ୍ୟାୟନ କରାଯିବ, ସେ ନେଇ ବର୍ତ୍ତମାନ ସୁଦ୍ଧା କିଛି ନିଷ୍ପତ୍ତି ହୋଇନାହିଁ। ବିଶେଷଜ୍ଞଙ୍କ ପରାମର୍ଶ ମୁତାବକ ମୂଲ୍ୟାୟନର ମାପଦଣ୍ଡ ସ୍ଥିର କରିବାକୁ CHSEକୁ ନିର୍ଦ୍ଦେଶ ଦିଆଯାଇଛି। ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ମୂଲ୍ୟାୟନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ମୂଲ୍ୟାୟନରେ ଯେଉଁ ଛାତ୍ରଛାତ୍ରୀମାନେ ଅସନ୍ତୁଷ୍ଟ ହେବ, ସେମାନେ ପରିସ୍ଥିତି ସ୍ୱାଭାବିକ ହେଲେ ପରୀକ୍ଷା ଦେଇପାରିବେ। ପରିସ୍ଥିତି ସମୀକ୍ଷା କରି ପରୀକ୍ଷା କେବେ କରାଯିବ ସେ ସମ୍ପର୍କରେ CHSE ନିଷ୍ପତ୍ତି ନେବ । ସୂଚନାଯୋଗ୍ୟ ଦୁଇ ଦିନ ତଳେ ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷା ବାତିଲ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଥିଲେ। ଏହା ପୂର୍ବରୁ ଓଡ଼ିଶା ସରକାର ମାଟ୍ରିକ ପରୀକ୍ଷା ମଧ୍ୟ ବାତିଲ କରିଥିଲେ।

Related Posts