ଦୁବା‌ଇରେ ଓଡ଼ିଶା ସରକାରଙ୍କ ପକ୍ଷରୁ ନିବେଶକ ସମ୍ମିଳନୀ ଆୟୋଜିତ: ଇନ୍‌ଭେଷ୍ଟର୍ସରଙ୍କୁ ରାଜ୍ୟରେ ପୁଞ୍ଜିନିବେଶ ଲାଗି ଆହ୍ୱାନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଦୁବା‌ଇରେ ଓଡ଼ିଶା ସରକାରଙ୍କ ପକ୍ଷରୁ ନିବେଶକ ସମ୍ମିଳନୀ ଆୟୋଜିତ ହୋଇଛି । ଏହି ସମ୍ମିଳନୀ ମାଧ୍ୟମରେ ଇନ୍‌ଭେଷ୍ଟର୍ସ ମିଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାରେ ପୁଞ୍ଜିନିବେଶକାରୀଙ୍କ ପାଇଁ ଥିବା ସୁଯୋଗ ଓ ସମ୍ଭାବନା ସମ୍ପର୍କରେ ଅବଗତ କରାଇବେ ।

ରାଜ୍ୟରେ ପୁଞ୍ଜିନିବେଶ ଲାଗି ଆହ୍ୱାନ କରିବେ ନବୀନ । ରାଜ୍ୟର 6ଟି ଅଗ୍ରାଧିକାର କ୍ଷେତ୍ର କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ, ରସାୟନ ଓ ପେଟ୍ରୋକେମିକାଲ୍ସ, ବୟନ, ଡାଉନ୍‌ଷ୍ଟ୍ରିମ୍ ଆଣ୍ଡ୍ ଆନ୍ସିଲାରି, ଇଏସ୍‌ଡିଏମ୍-ଆଇଟି ଓ ଆଇଟିଇଏସ୍, ଅଟୋ ଓ ଅଟୋ ଯନ୍ତ୍ରାଂଶରେ ନିବେଶ ଲାଗି ଅନୁରୋଧ କରିବେ । ଏହା ବ୍ୟତୀତ ଖଣି, ଖଣିଜ,ଧାତବ ଓ ମାନୁଫାକ୍ଚରିଂ କ୍ଷେତ୍ର ଲାଗି ପୁଞ୍ଜିନିବେଶ ଆଣିବାକୁ ମଧ୍ୟ ଉଦ୍ୟମ କରାଯିବ ।

ଦୁବାଇର ଦି ଓବରଏର ବିଜ୍‌ନେସ୍ ବେ’ରେ ଆୟୋଜିତ ହେଉଥିବା ଏହି କାର୍ଯ୍ୟକ୍ରମରେ ସାମିଲ୍‌ ହେବା ପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା, ଇପିକଲ୍‌ର ପରିଚାଳନା ନିର୍ଦ୍ଦେଶକ ଭୂପିନ୍ଦର ସିଂହ ପୁନିଆ ପ୍ରମୁଖ ଦୁବାଇରେ ପହଞ୍ଚି ସାରିଛନ୍ତି । ଏହି ଅଧିକାରୀମାନେ ଆଜି କାର୍ଯ୍ୟକ୍ରମ ପ୍ରସ୍ତୁତି ସମ୍ପର୍କରେ ତଦାରଖ କରିବା ସହ ବିଭିନ୍ନ କର୍ପୋରେଟ ସଂସ୍ଥା ସହ ପୃଥକ ପୃଥକ ଭାବେ ଆଲୋଚନା କରିଛନ୍ତି ।

ମୁଖ୍ୟ ଶାସନ ସଚିବଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ DMCC – Dubai multi commodities center ଓ SAIF- Sharjah Airport International Free ପରିଦର୍ଶନ କରିଛନ୍ତି । ତଥ୍ୟର ଆଦାନପ୍ରଦାନ, ଟ୍ରେନିଂ, ନିଯୁକ୍ତି ଓ ପୁଞ୍ଜିନିବେଶ ବାବଦରେ ଆଲୋଚନା ହୋଇଛି । ଆଜିର କାର୍ଯ୍ୟକ୍ରମରେ ସାମିଲ ହେବା ସହ ମେକ ଇନ ଓଡ଼ିଶା କାର୍ଯ୍ୟକ୍ରମରେ ସାମିଲ ହେବା ଲାଗି ଦୁଇ ସଂସ୍ଥାର ପ୍ରତିନିଧିଙ୍କୁ ଓଡ଼ିଶା ପକ୍ଷରୁ ଅନୁରୋଧ କରାଯାଇଛି ।

Related Posts