ଅଣ୍ଟା ଭିଡିଲେ ରାଜ୍ୟସରକାର: ୨୧ ଆଇଏସଙ୍କୁ ମିଳିଲା ଦାୟିତ୍ୱ

suresh chandra mohapatra

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: କରୋନା ସଂକ୍ରମଣ ଦିନକୁ ଦିନ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ରାଜ୍ୟ ସରକାର ବିଭିନ୍ନ ଜିଲ୍ଲା ପାଇଁ ଆଇଏଏସ ମାନଙ୍କୁ ଦାୟିତ୍ୱ ଦେଇଛନ୍ତି । ରାଜଧାନୀ ଭୁବନେଶ୍ୱର ପାଇଁ ଅନୁ ଗର୍ଗ ଓ ଏନ. ଥିରୁମାଲା ନାଏକ, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲା ପାଇଁ ମଧୁସୂଦନ ପାଢୀ, ବଲାଙ୍ଗୀର ବରଗଡ ଓ ନୂଆପଡା ଜିଲ୍ଲା ପାଇଁ ସତ୍ୟବ୍ରତ ସାହୁ ଓ ବେଣୁଧର ବେହେରାଙ୍କୁ ଦାୟିତ୍ୱ ଦିଆଯାଇଛି । ସେହିପରି ଝାରସୁଗୁଡା ଓ ସୁନ୍ଦରଗଡ ଜିଲ୍ଲା ପାଇଁ ଆଇଏଏସ ନିକୁଞ୍ଜ ବିହାରୀ ଧଳ, ମୟୁରଭଞ୍ଜ ଓ କେନ୍ଦୁଝର ଜିଲ୍ଲା ପାଇଁ ସୁରେନ୍ଦ୍ର କୁମାର ଓ ଶ୍ରୀକାନ୍ତ ପୃଷ୍ଟିଙ୍କୁ ଦାୟିତ୍ୱ ଦିଆଯାଇଛି ।

ଗଞ୍ଜାମ ଓ ଗଜପତି ଜିଲ୍ଲା ପାଇଁ ଜି.ମାଥିବତନମ ଓ ତେମଜେନୱାପଙ୍ଗ, ଯାଜପୁର ଜଗତସିଂହପୁର ଓ କେନ୍ଦ୍ରାପଡା ପାଇଁ ହେମନ୍ତ ଶର୍ମା ଓ ସୁରେଶ ଚନ୍ଦ୍ର ଦଳାଇଙ୍କୁ ଦାୟିତ୍ୱ ଦିଆଯାଇଛି । ସେହିପରି ଅନୁଗୁଳ, ଦେବଗଡ ଓ ଢେଙ୍କାନାଳ ପାଇଁ ବିଷ୍ଣୁପଦ ସେଠୀ ଓ ଗୋପବନ୍ଧୁ ଶତପଥୀଙ୍କୁ ଦାୟିତ୍ୱ ଦିଆଯାଇଛି । ସମ୍ବଲପୁର ଓ ସୋନପୁର ପାଇଁ ଚିତ୍ରା ଅରୁମୁଗୁମ, କଳାହାଣ୍ଡି କନ୍ଧମାଳ ଓ ବୌଦ୍ଧ ପାଇଁ ଶାସ୍ୱତ ମିଶ୍ର ଓ ବିଷ୍ଣୁପଦ ମିଶ୍ରଙ୍କୁ ଦାୟିତ୍ୱ ଦିଆଯାଇଛି । ସେହିପରି କୋରାପୁଟ, ମାଲକାନଗିରି, ରାୟଗଡା ଏବଂ ନବରଙ୍ଗପୁର ପାଇଁ ଭି.ଭି ଯାଦବ, ଓ ରସିଦ ଖାନଙ୍କୁ ଦାୟିତ୍ୱ ଦିଆଯାଇଛି । ସେହିପରି କଟକ ପାଇଁ ସୁଶାନ୍ତ ମହାପାତ୍ର, ନୟାଗଡ, ପୁରୀ ଓ ଖୋର୍ଦ୍ଧା ପାଇଁ ଅନିଲ କୁମାର ସାମଲଙ୍କୁ ଦାୟିତ୍ୱ ଦିଆଯାଇଛି ।

Related Posts