ରାଜ୍ୟରେ ୨ଟି ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନିଷ୍ପତ୍ତିକୁ ହାଇକୋର୍ଟ ବାର୍ ଆସୋସିଏସନ୍ ର ବିରୋଧ

ସତ୍ୟପାଠ ବ୍ୟୁରୋ, ୧୯/୦୫: ରାଜ୍ୟରେ ୨ ଟି ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ହେବା ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି କୁ ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏସନ୍ ବିରୋଧ କରିଛି। ଏ ନେଇ ଗତକାଲି ବାର୍ ଆସୋସିଏସନ୍ ର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଡକାଯାଇଥିଲା, ଯେଉଁଥିରେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କୁ ବିରୋଧ କରାଯିବ ବୋଲି ନିଷ୍ପ ନିଆଯାଇଥିଲା। ବାର୍ ଆସୋସିଏସନ୍ ପକ୍ଷରୁ ହାଇକୋର୍ଟ ର ମୂଖ୍ୟ ବିଚାରପତିଙ୍କୁ ଏକ ସ୍ମାରକପତ୍ର ଦିଆଯାଇଛି। ଏଥିରେ ମୁଖ୍ୟ ବିଚାରପତି ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କୁ ସମ୍ମତ୍ତି ନ ଦେବାପାଇଁ ଅନୁରୋଧ କରାଯାଇଛି।

ସୂଚନାଯୋଗ୍ୟ, ପଶ୍ଚିମ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ ବହୁ ଦିନରୁ ଦାବି ହୋଇଆସୁଛି। ଏପରିକି ପଶ୍ଚିମ ଓଡ଼ିଶାରେ ବହୁଦିନ ଧରି ଆଇନଜୀବୀ ଙ୍କ ପାଖରୁ ପ୍ରତିବାଦ ଏବଂ ଅନଶନ ମଧ୍ୟ ଚାଲିଥିଲା । ଗତ ସେପ୍ଟେମ୍ବର, 2018 ରେ ଏହି ଅଞ୍ଚଳରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କ ପାଖରେ ଦାବି କରିଥିଲେ।

ଏହା ପୂର୍ବରୁ ରାଜ୍ୟରେ ସ୍ଥାୟୀ ବେଞ୍ଚ ର ଆବଶ୍ୟକତା ଅଛି ନା ନାହିଁ ସେଥିପାଇଁ ରାଜ୍ୟ ସରକାର ଜଣେ ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତିଙ୍କ ଦ୍ଵାରା ଏକ କମିଶନ ମଧ୍ୟ ବସାଇଥିଲେ। ଜଷ୍ଟିସ ପାଲ କମିଶନ ମଧ୍ୟ ଏ ସଂକ୍ରାନ୍ତରେ ରିପୋର୍ଟ ଦାଖଲ କରିସାରିଛନ୍ତି।

Related Posts