ରବିବାର ବାରବାଟୀ ବ୍ୟାଟଲ : ଭୁବନେଶ୍ବରରେ ପହଞ୍ଚିଲେ ଉଭୟ ଭାରତ ଓ ୱେଷ୍ଟଇଣ୍ଡିଜ୍ ଖେଳାଳି

ଭୁବନେଶ୍ୱର: ଭୁବନେଶ୍ୱରରେ ପହଂଚିଲେ ଭାରତୀୟ ଓ ୱେଷ୍ଟଇଣ୍ଡିଜ କ୍ରିକେଟ ଟିମ । କଟକ ବାରବାଟୀ ଷ୍ଟାଡ଼ିୟମରେ ଭାରତ-ଓ୍ଵେଷ୍ଟଇଣ୍ଡିଜ ତିନି ମ୍ୟାଚ ବିଶିଷ୍ଟ ୱାନଡେ ଅନ୍ତିମ ଦିବାରାତ୍ର ମୁକାବିଲା ଡିସେମ୍ବର ୨୨ରେ ଖେଳାଯିବ।

ଡିସେମ୍ବର ୨୨ରେ ଭାରତ-ଓ୍ଵେଷ୍ଟଇଣ୍ଡିଜ ତିନି ମ୍ୟାଚ ବିଶିଷ୍ଟ ୱାନଡେ ପାଇଁ ଭାରତୀୟ ଓ ୱେଷ୍ଟଇଣ୍ଡିଜ କ୍ରିକେଟ ଟିମ ବିଶାଖାପାଟଣାରୁ ଆସି ଭୁବନେଶ୍ୱରେ ପହଂଚିଛନ୍ତି । ଏାୟାକୋର୍ଟରୁ ସିଧାସଳଖ ହୋଟେଲ ଯିବେ ଏହି ୨ଦଳ । ଉଭୟ ଦଳ ଖେଳାଳୀଙ୍କ ରହଣୀ ପାଇଁ ମେ ଫେୟାର ହୋଟେଲରେ ବ୍ୟବସ୍ଥା କରାଯାଇଛି । ଖେଳାଳିଙ୍କୁ ସୁରକ୍ଷା ପ୍ରଦାନ ପାଇଁ ୨୧ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଉଭୟ ଦଳର ଖେଳାଳିଙ୍କୁ ସ୍ୱତନ୍ତ୍ର ଭାବେ ଷ୍ଟାଡିୟମକୁ ନିଆଯିବ ।

ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ତିନୋଟି ଟି-୨୦ ଓ ତିନୋଟି ଦିନିକିଆ ମ୍ୟାଚ୍ ଖେଳାଯାଉଛି। ପ୍ରଥମ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଡିସେମ୍ବର ୬ରୁ ୧୧ ତାରିଖ ପର୍ଯ୍ୟନ୍ତ ଖେଳାଯାଇଛି। ଏହା ପରେ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ଡିସେମ୍ବର ୧୫ରେ ଚେନ୍ନାଇରେ ଖେଳାଯାଇଛି। ଡିସେମ୍ବର ୧୮ରେ ଦ୍ୱିତୀୟ ମ୍ୟାଚ୍ ଭାଇଜାଗରେ ଖେଳାଯାଇଛି । ୨୨ ତାରିଖରେ ତୃତୀୟ ମ୍ୟାଚ୍ କଟକରେ

Related Posts