ଅସହ୍ୟ ଖରାରେ ଜଳୁଛି ଓଡ଼ିଶା: 40 ଡିଗ୍ରୀ ଉପରେ ରାଜ୍ୟର 7ଟି ସହର

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଅସହ୍ୟ ଖରାରେ କଲବଲ ଜନଜୀବନ । ତାପମାତ୍ରା ବଢ଼ୁଥିବା ବେଳେ, ଆଜି ରାଜ୍ୟର ୭ଟି ସହରର ଦିନର ତାପମାତ୍ରା ୪୦ ଡିଗ୍ରୀ ସେଲ୍‌ସିୟସ ବା ତା’ଠୁ ଅଧିକ ରେକର୍ଡ କରାଯାଇଛି।
ସମ୍ବଲପୁରରେ ସବୁଠୁ ଅଧିକ ଖରା ହୋଇଛି। ଏଠାରେ ଆଜି ସର୍ବାଧିକ ତାପମାତ୍ରା ୪୦.୮ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି।

ସମ୍ବଲପୁର ପଛକୁ ରହିଛି ବୌଦ୍ଧ। ଏଠାରେ ତାପମାତ୍ରା ୪୦.୫ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ବଲାଙ୍ଗିରରେ ୪୦.୪, ଝାରସୁଗୁଡ଼ାରେ ୪୦.୪ ଓ ହୀରାକୁଦରେ ୪୦.୪ ଡିଗ୍ରୀ ରେକର୍ଡ କରାଯାଇଛି। ବାରିପଦା ଓ ତାଳଚେରରେ ଆଜି ତାପମାତ୍ରା ୪୦ ଡିଗ୍ରୀ ରହିଥିଲା।

କଟକରେ ତାପମାତ୍ର ୩୭.୪ ଡିଗ୍ରୀ ରହିଥିବା ବେଳେ ଭୁବନେଶ୍ୱରରେ ୪୦.୮ ଡିଗ୍ରୀ ରହିଥିଲା। ଅନ୍ୟପକ୍ଷରେ ବାଲେଶ୍ୱରରେ ୩୭.୨ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଚାନ୍ଦବାଲିରେ ୩୬.୫, ପାରାଦୀପରେ ୩୨.୬, ଗୋପାଳପୁରରେ ୩୦.୬, ପୁରୀରେ ୩୩.୨, ଅନୁଗୋଳରେ ୩୯.୧, କେନ୍ଦୁଝରଗଡ଼ରେ ୩୭, ଭବାନୀପାଟଣାରେ ୩୯.୫, କୋରାପୁଟରେ ୩୫.୬, ଫୁଲବାଣୀରେ ୩୮.୪, ଟିଟିଲାଗଡ଼ରେ ୩୯.୮, ମାଲକାନଗିରିରେ ୩୮.୫, ସୋନପୁରରେ ୩୯.୮, ଦାରିଙ୍ଗବାଡ଼ିରେ ୩୫.୫, ନୟାଗଡ଼ରେ ୩୮, ପାରଳାଖେମୁଣ୍ଡିରେ ୩୬.୫ ଓ ଯାଜପୁରରେ ୩୭ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।

ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ବିଶେଷଜ୍ଞ ଉମାଶଙ୍କର ଦାସ କହିଛନ୍ତି, ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଦିନର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ତେବେ ଆଗାମୀ ୨୪ ଘଣ୍ଟାରେ ଗଜପତି, ରାୟଗଡ଼ା, ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକା ବର୍ଷାର ସମ୍ଭାବନା ରହିଛି।

Related Posts