ଓଡ଼ିଶା ପୁଲିସ ଏସ୍‌ଆଇ ନିଯୁକ୍ତି ବିଜ୍ଞପ୍ତି ଉପରେ ଅନ୍ତରୀଣ ରହିତାଦେଶ ଦେଲେ ହାଇକୋର୍ଟ

ଭୁବନେଶ୍ୱର,୧୦/୨(ସତ୍ୟପାଠ ବ୍ୟୁରୋ): ୨୦୨୧ ଓଡିଶା ପୁଲିସ୍‌ ସବ୍‌ ଇନ୍ସପେକ୍ଟର(ଏସ୍‌ଆଇ) ନିଯୁକ୍ତି ସମ୍ପର୍କିତ ବିଜ୍ଞପ୍ତି ଉପରେ ଅନ୍ତରୀଣ ରହିତାଦେଶ ଜାରି କଲେ ଓଡିଶା ହାଇକୋର୍ଟ। ଅନ୍ୟାଦେଶ ପର୍ଯ୍ୟନ୍ତ ୨୦୨୧ ମସିହା ଜୁନ୍‌ ୨୨ ତାରିଖର ବିଜ୍ଞପ୍ତି ଉପରେ କୌଣସି ପଦକ୍ଷେପ ଗ୍ରହଣ କରିବାକୁ ବାରଣ କରିଛନ୍ତି ଓଡ଼ିଶା ହାଇକୋର୍ଟ।

ବିଜ୍ଞପ୍ତିରେ ରହିତାଦେଶ ସହ ରାଜ୍ୟ ସରକାରଙ୍କୁ ଜବାବ ତଲବ କରାଯାଇଅଛି। ଓଡ଼ିଶା ପୁଲିସ ଏସ୍‌ଆଇ ନିଯୁକ୍ତିରେ ସର୍ବାଧିକ ବୟସ ସୀମା ବୃଦ୍ଧି ସମ୍ପର୍କିତ ୨୦୨୨ ମସିହା ଜାନୁଆରୀ ୧୫ ତାରିଖର ବିଜ୍ଞପ୍ତିକୁ କାହିଁକି ରଦ୍ଧ କରାନଯିବ, ସେନେଇ ଜବାବ ଦେବାକୁ ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରିଛନ୍ତି ହାଇକୋର୍ଟ। ତେବେ ଆସନ୍ତା ମାର୍ଚ୍ଚ ୯ ତାରିଖରେ ଓଡ଼ିଶା ପୁଲିସ ନିଯୁକ୍ତି ବିଜ୍ଞପ୍ତି ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି କୋର୍ଟ ପକ୍ଷରୁ ଜଣା ପଡିଛି।

Related Posts