
କଟକ : ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ) ନିର୍ବାଚନର ଫଳାଫଳ ଆଜି ଘୋଷଣା ହୋଇଛି। ଆଶୀର୍ବାଦ ବେହେରାଙ୍କ ପୁଅ ସଞ୍ଜୟ ବେହେରା ଓସିଏ ନୂଆ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି। ଆଜି ସକାଳ ସାଢ଼େ ୧୧ଟା ବେଳେ ଆରମ୍ଭ ହୋଇଥିବା ଭୋଟ୍ ପର୍ଯ୍ୟାୟ ଅପରାହ୍ଣ ୨ଟା ବେଳେ ଶେଷ ହୋଇଥିଲା। ୪ଟା ବେଳେ ନିର୍ବାଚନ ଫଳାଫଳ ଘୋଷଣା ହୋଇଥିଲା, ଯେଉଁଥିରେ ସଞ୍ଜୟ ବେହେରାଙ୍କ ସପକ୍ଷରେ ୭୩ରୁ ୪୫ ଭୋଟ ଯାଇଥିବା ବେଳେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ନବ ପଟ୍ଟନାୟକଙ୍କ ସପକ୍ଷରେ ମାତ୍ର ୨୫ ଭୋଟ୍ ଯାଇଥିଲା। ସେହିପରି କୋଷାଧ୍ୟକ୍ଷ ଭାବେ ବିକାଶ ପ୍ରଧାନ ଏବଂ ଯୁଗ୍ମ ସମ୍ପାଦକ ଭାବେ ମେହତାବ ଖାଁ ନିର୍ବାଚିତ ହୋଇଛନ୍ତି। ସଞ୍ଜୟ ବେହେରାଙ୍କ ପେନଲଙ୍କ ସବୁ ପ୍ରାର୍ଥୀ ଜିତିଥିବା ସୂଚନା ମିଳିଛି।