୨୬ ବଦଳରେ ଆସନ୍ତାକାଲି ଖୋଲିବ ସ୍କୁଲ

ସତ୍ୟପାଠ ବ୍ୟୁରୋ : ରାଜ୍ୟରେ ବଦଳିଛି ପାଣିପାଗ । ତେଣୁ ନିଷ୍ପତି ବଦଳାଇଛନ୍ତି ସରକାର । ଆସନ୍ତା ୨୬ ନୁହେଁ ବରଂ ଆସନ୍ତା କାଲି ହିଁ ସମସ୍ତ ସ୍କୁଲ ଖୋଲିବାକୁ ନିଷ୍ପତି ନେଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ।

ପାଣିପାଗ ପରିବର୍ତ୍ତନ ହେବାରୁ ଏହି ନିଷ୍ପତି ନିଆଯାଇଥିବା କୁହାଯାଇଛି । ଅସହ୍ୟ ତାତିକୁ ନଜରରେ ରଖି ଜୁନ ୧୮ ବଦଳରେ ଜୁନ ୨୬ରେ ସ୍କୁଲ ଖୋଲିବାକୁ ଘୋଷଣା କରାଯାଇଥିଲା । କିନ୍ତୁ ଏବେ ଖରା କମିଛି । ଆସନ୍ତାକାଲି ସୁଦ୍ଧା ମୌସୁମୀ ଓଡିଶାରେ ପ୍ରବେଶ କରିବାର ଯଥେଷ୍ଟ ସମ୍ଭାବନା ଥିବାରୁ ସରକାର ପୂର୍ବ ନିଷ୍ପତି ବଦଳାଇ ନୂଆ ଘୋଷଣା କରିଛନ୍ତି ।

Related Posts