ତଉକତେ ବାତ୍ୟାରେ ଗୁଜୁରାଟକୁ ସାହାଯ୍ୟ କରିବା ପାଇଁ ଓଡିଶା ପଠାଇଲା ୫ଟି NDRF ଦଳ

bhubaneswar odraf

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ଦକ୍ଷିଣପୂର୍ବ ଆରବ ସାଗର ଓ ଲକ୍ଷାଦୀପରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇ ବାତ୍ୟା ତଉକତେରେ ପରିଣତ ହୋଇଛି । ତେବେ ଏହି ବାତ୍ୟା ଗୁଜୁରାଟକୁ ଅଧିକ କ୍ଷତି ପହଁଞ୍ଚାଇବ ବୋଲି ଅନୁମାନ କରାଯାଉଛି । ତେଣୁ ଆଜି ଭୁବନେଶ୍ୱର ବିମାନବନ୍ଦରରୁ ଜାତୀୟ ବିପର୍ଯ୍ୟୟ ଫୋର୍ସ ଗୁଜୁରାଟ ଅଭିମୁଖେ ଯାତ୍ରା କରିଛନ୍ତି । ଏହି ଘୂର୍ଣ୍ଣିବାତ୍ୟା ୧୮ ତାରିଖ ସକାଳରୁ ଗୁଜୁରାଟ ଉପକୂଳରେ ପହଁଞ୍ଚିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହା ଅମୀନ ଦେବୀ ଠାରୁ ୧୬୦ କି.ମି, ପନଞ୍ଜିମ-ଗୋଆ ଠାରୁ ୩୫୦ କି.ମି, ଗୁରୁରାଟର ଭେରଭଲା ଠାରୁ ୯୬୦ କି.ମି ଓ ପାକିସ୍ତାନର କରାଚି ଠାରୁ ୧୦୫୦ କିମି ଦୂରରେ ରହିଛି । ଅନ୍ୟପଟେ ତଉକତେ ସ୍ଥଳଭାଗ ଅତିକ୍ରମ କଲା ପରେ ପବନର ବେଗ ବୃଦ୍ଧି ପାଇ ଘଣ୍ଟାପ୍ରତି ବେଗ ୧୫୦ ରୁ ୧୬୦ କିମି ଛୁଇଁବାର ଆଶଙ୍କା ରହିଛି । ତଉକତେ ଆଉ କିଛି ଘଣ୍ଟା ମଧ୍ୟରେ ପ୍ରଥମେ ଭୀଷଣ ବାତ୍ୟା ଓ ଏହାର ୧୨ ଘଣ୍ଟା ପରେ ଅତି ଭୀଷଣ ବାତ୍ୟାର ରୂପ ନେବ ବୋଲି ଅନୁମାନ କରାଯାଉଛି । ଅନ୍ୟପଟେ ଘୂର୍ଣ୍ଣିବାତ୍ୟା ତଉକତେ ପାଇଁ ଭଲ ଭାବରେ ପ୍ରସ୍ତୁତ ଅଛନ୍ତି ବୋଲି ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସର ଅଧିକାରୀମାନେ କହିଛନ୍ତି ।

Related Posts