ଓଆରଏଚ୍‌ଡିସି ଦୁର୍ନୀତି ମାମଲା: ମହମ୍ମଦ ମୋକିମଙ୍କ ଆବେଦନ ଉପରେ ହାଇକୋର୍ଟରେ ଶୁଣାଣି ଶେଷ, ରାୟ ସଂରକ୍ଷିତ

କଟକ: ମହମ୍ମଦ ମୋକିମଙ୍କ ଭିଜିଲାନ୍ସ କୋର୍ଟରେ ଦୋଷୀ ସାବ୍ୟସ୍ତ ପ୍ରସଙ୍ଗରେ ହାଇକୋର୍ଟ ଶୁଣାଣି କରିଛନ୍ତି। ଦୋଷୀ ସାବ୍ୟସ୍ତକୁ ଚ୍ୟାଲେଞ୍ଜ କରି ହୋଇଥିବା ମାମଲାର ଶୁଣାଣି କରିଛନ୍ତି ମାନ୍ୟବର କୋର୍ଟ । ହାଇକୋର୍ଟ ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି।

ମାମଲା ପରିଚାଳନା କରୁଛନ୍ତି ବରିଷ୍ଠ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟ।

ସୂଚନାଯୋଗ୍ୟ, ଗତମାସ ୨୯ ତାରିଖରେ ଓଡ଼ିଶା ରୁରାଲ ହାଉସିଂ ଡେଭଲପମେଣ୍ଟ କର୍ପୋରେସନ (ଓଆରଏଚ୍‌ଡିସି) ଦୁର୍ନୀତି ମାମଲାରେ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଗୁରୁତ୍ବପୂର୍ଣ୍ଣ ଶୁଣାଣି ହୋଇଥିଲା। ଭୁବନେଶ୍ବରସ୍ଥିତ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟର ଜଜ ସତ୍ୟନାରାୟଣ ଷଡ଼ଙ୍ଗୀ ଏହି ମାମଲାର ବିଚାର କରି ଓଆରଏଚଡିସିର ତତ୍କାଳୀନ ଅଧ୍ୟକ୍ଷ ଆଇଏଏସ୍‌ ଅଧିକାରୀ ବିନୋଦ କୁମାର ଓ ମେଟ୍ରୋ ବିଲଡର୍ସର ପରିଚାଳନା ନିର୍ଦ୍ଦେଶକ ତଥା ବିଧାୟକ ମହମ୍ମଦ ମୋକିମଙ୍କୁ ୩ ବର୍ଷ ଲେଖାଏଁ ଜେଲଦଣ୍ଡ ଶୁଣାଇଥିଲେ। ଏଥି ସହିତ ଓଆରଏଚ୍‌ଡିସି କଂପାନି ସେକ୍ରେଟାରି ସ୍ବସ୍ତି ରଂଜନ ମହାପାତ୍ରଙ୍କୁ ମଧ୍ୟ ୩ ବର୍ଷ ଜେଲଦଣ୍ଡ ହୋଇଥିଲା। ‌ମେଟ୍ରୋ ବିଲଡର୍ସର ନିର୍ଦ୍ଦେଶକ ପୀୟୁଷଧାରୀ ମହାନ୍ତିଙ୍କୁ ମଧ୍ୟ ଋଣ ଜାଲିଆତି ମାମଲାରେ ଦୋଷୀ ସାବ୍ୟସ୍ତ କରି ୩ ବର୍ଷ ଜେଲ ଦଣ୍ଡ ହୋଇଥିଲା। ସମସ୍ତ ୪ ଦୋଷୀଙ୍କୁ ଜେଲ୍‌ ସହ ୫୦ ହଜାର ଟଙ୍କା ଲେଖାଏଁ ଜରିମାନା ଦାଖଲ କରିବା ପାଇଁ ଭିଜିଲାନ୍ସ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।

Related Posts