ପୁରୀ ଜିଲ୍ଲା ଗୋପ ତହସିଲର ୨ଟି ସ୍ଥାନରୁ ମିଳିଲା ପେଟ୍ରୋଲ ଓ ଗ୍ୟାସ୍ ର ସନ୍ଧାନ: ଅଏଲ ଇଣ୍ଡିଆ

ପୁରୀ ଜିଲ୍ଲା ଗୋପ ତହସିଲର ୨ଟି ସ୍ଥାନରୁ ମିଳିଛି ପେଟ୍ରୋଲ ଓ ଗ୍ୟାସ୍ର ସନ୍ଧାନ । ଏନେଇ ଅଏଲ ଇଣ୍ଡିଆ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇ ସ୍ପଷ୍ଟ ହୋଇଯାଇଛି । ସ୍ଥାନ ଚିହ୍ନଟ ହେବା ପରେ ସ୍ଥାନୀୟ ଜନପ୍ରତିନିଧିଙ୍କ ସହ ଆଲୋଚନା କରି ମତାମତ ନିଆଯାଇଛି । ଗୋପ ବ୍ଲକ ଅଧିନ ଗୋପ ପଂଚାୟତର କୁସୁପୁର ମୌଜାରେ ସାଟେଲାଇଟ୍ ମ୍ୟାପ୍ ଯୋଗେ ୮ ଏକର ଜାଗା ଚିହ୍ନଟ କରାଯାଇଛି । ସେହିପରି ମହଲପଡ଼ା ଗପଂଚାୟତ ଚିତେରା ମୌଜାରେ ମଧ୍ୟ ୮ ଏକର ଜାଗା ଚିହ୍ନଟ କରାଯାଇଥିବା ଜଣାପଡ଼ିଛି ।

ଭାରତ ସରକାରଙ୍କ ତୈଳ କମ୍ପାନୀ ଅଏଲ ଇଣ୍ଡିଆ ଲିମିଟେଡ଼ ପକ୍ଷରୁ ୨୦୨୦ ନଭେମ୍ବର ୨୦ ତାରିଖରେ ଏକ ସେସମିକ ସର୍ବେକ୍ଷଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଓଡ଼ିଶା ଉପକୂଳବର୍ତ୍ତୀ ୫ଟି ବ୍ଲକ ରାଜ୍ୟର ୮ଟି ଜିଲ୍ଲା ତଥା ପୁରୀ, ଖୋର୍ଦ୍ଧ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲାରେ ସେସମିକ୍ ସର୍ଭେରେ ୨୨୦ କୋଟି ଟଙ୍କା ସମେତ ୧ ହଜାର ୨୪୮ କୋଟି ଟଙ୍କା ନିବେଶରେ ବ୍ୟାପକ ଅନ୍ୱେଷଣ ଡ୍ରିଲିଂ କରାଯାଇ ସର୍ଭେ କରାଯାଇଥିଲା । ଓଡ଼ିଶାର ୫ଟି ବ୍ଲକର ୩ହଜାର ବର୍ଗ କିମି ସର୍ଭେ ପରେ ଗୋଗପ ବ୍ଲକର ୨ଟି ସ୍ଥାନରୁ ତୈଳ ଓ ପ୍ରାକୃତିକ ଗ୍ୟାସର ସନ୍ଧାନ ମିଳିଥିବା ଜଣାପଡ଼ିଛି ।

Related Posts