ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ହିଜବାକୁ ନେଇ ଦିନକୁ ଦିନ ବିବାଦ ବଢ଼ିବାରେ ଲାଗିଛି । ଏହା ମଧ୍ୟରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଏନଭି ରମଣା କର୍ଣ୍ଣାଟକ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି କରାଯାଇଥିବା ଆବେଦନର ଶୁଣାଣି କରି ବଡ଼ ବୟାନ ଦେଇଛନ୍ତି । ତେବେ ପରୀକ୍ଷା ସହିତ ହିଜାବର କୌଣସି ଲିଙ୍କ ନାହିଁ । ହିଜାବ ପ୍ରସଙ୍ଗକୁ ଅଧିକ ସମ୍ବେଦନଶୀଳ କର ନାହିଁ ବୋଲି ସିଜେଆଇ ସ୍ପଷ୍ଟ କରିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ଦେଶର ରାଜନୀତି ପୁଣିଥରେ ଚଳଚଞ୍ଚଳ ହୋଇ ଉଠିଛି । ସେପଟେ କୋର୍ଟରେ ଆବେଦନକାରୀ ଏଶାତ ଶିଫାଙ୍କ ପକ୍ଷ ରଖିଥିଲେ ବରିଷ୍ଠ ଓଳିଲ ଦେବଦତ୍ତ କାମାତ ।
ସିଜେଆଇ ରମଣା ଓ ଜଷ୍ଟିସ କ୍ରିଷ୍ଣା ମୁରାରୀଙ୍କୁ ନେଇ ଗଠିତ ଖଣ୍ଡପୀଠକୁ ଆବେଦନକାରୀଙ୍କ ଓକିଲ ଜଣାଇଥିଲେ ଯେ ତାଙ୍କ ମହକିଲଙ୍କ ପ୍ରଥମ ବର୍ଷର ପ୍ରି-ୟୁପିଭର୍ସିଟି ଫାଇନାଲ ପରିକ୍ଷା ଚଳିତ ମାସ ୨୮ ତାରିଖରୁ ଆରମ୍ଭ ହୋବକୁ ଯାଉଛି । କିନ୍ତୁ ହିଜାବ ଉପରେ ବ୍ୟାନ ଲାଗିଥିବାରୁ ସେ କଲେଜରେ ପ୍ରବେଶ କରିପାରୁ ନାହାନ୍ତି । ତେଣୁ କଲେଜ ୟୁନିଫର୍ମ ରଙ୍ଗର ହିଜାବ ପିନ୍ଧିବା ପାଇଁ ଅନୁମତି ମାଗୁଛନ୍ତି ବୋଲି କହିଥିଲେ ।
