ପୁଣି ଥରେ ତେଲ ଦରରେ ଲାଗିଲା ନିଆଁ: ୧୫ ଦିନରେ ୧୩ ଥର ବଢ଼ିଲାଣି ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ: ଦେଶରେ ଏବେ ଲଗାତାର ଭାବେ ବଢିବାକୁ ଲାଗିଛି ତେଲ ଦର | ପୁଣି ଥରେ ତେଲ ଦ୍ୱାରା ବଢିଛି | ଗତ ୧୫ ଦିନ ଭିତରେ ୧୩ ଥର ପାଇଁ ବଢ଼ିଲାଣି ପେଟ୍ରୋଲ ଓ ଡିଜେଲ ଦର । ତେଲ ଦର ବେଲଗାମ ହୋଇ ବଢ଼ି ଚାଲିଥିବା ବେଳେ ସାଧାରଣ ଲୋକଙ୍କ ପାଇଁ ଏହା ଅସହ୍ୟ ହେଲାଣି।

ଆଜି ଦିଲ୍ଲୀରେ ପେଟ୍ରୋଲ ଓ ଡିଜେଲ ଉପରେ ୮୦ ପଇସା ବୃଦ୍ଧି ପାଇଛି । ବର୍ଦ୍ଧିତ ଦର ଯୋଗୁଁ ଆଜି ନୂଆଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦୪. ୬୧ ଟଙ୍କା ହୋଇଥିବାବେଳେ ଡିଜେଲ ଦର ୯୫. ୮୭ ଟଙ୍କାରେ ପହଞ୍ଚିଛି । ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୮୪ ପଇସା ବଢ଼ି ୧୧୯.୬୭ ଟଙ୍କା ଓ ଡିଜେଲ ୮୫ ପଇସା ବଢ଼ି ଲିଟର ପିଛା ୧୦୩.୯୨ ଟଙ୍କା ହୋଇଛି ।

ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୮୫ ପଇସା ବୃଦ୍ଧି ପାଇ ୧୧୧.୬୪ ଟଙ୍କା ଓ ଡିଜେଲ ୧୦୧.୩୯ ଟଙ୍କାରେ ପହଞ୍ଚିଛି। ସମ୍ବଲପୁରରେ ପେଟ୍ରୋଲ ୧୧୨.୩୨ ଟଙ୍କା ଓ ଡିଜେଲ ୧୦୨.୦୭ ଟଙ୍କାରେ, ରାଉରକେଲାରେ ପେଟ୍ରୋଲ ୧୧୨.୭୪ ଓ ଡିଜେଲ ୧୦୨.୪୭ ଟଙ୍କା, ବାଲେଶ୍ୱରରେ ପେଟ୍ରୋଲ ଲିଟର ପିଛା ୧୧୧.୬୦ ଓ ଡିଜେଲ ୧୦୨.୪୭ ଟଙ୍କାରେ ପହଞ୍ଚିଛି।

ମାର୍ଚ୍ଚ ୨୨ ପରଠାରୁ ନିୟମିତ ବ୍ୟବଧାନରେ ତେଲ ଦର ବୃଦ୍ଧି ପାଇବା ଉପଭୋକ୍ତାଙ୍କୁ ଚିନ୍ତାରେ ପକାଇଛି। ନିକଟରେ ୫ ରାଜ୍ୟରେ ନିର୍ବାଚନ ସରିବା ପରେ କ୍ରମାଗତ ଭାବେ ତେଲ ଦର ବଢ଼ି ଚାଲିଥିବା ବେଳେ ଏହା ସାଧାରଣ ଲୋକଙ୍କ ପାଇଁ ଅସହ୍ୟ ହେଲାଣି | ପେଟ୍ରୋଲ୍ ଓ ଡିଜେଲର ନିୟମିତ ଦରବୃଦ୍ଧି ଯୋଗୁ ସମସ୍ତ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର ବି ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଯାହା ସିଧା ସାଧାରଣ ଖାଉଟିଙ୍କ ପକେଟ ଉପରେ ପଡିଛି |

Related Posts