ଧର୍ମଶାଳାରେ ବିଜେଡି-ବିଜେପି ମେଣ୍ଟ

(ସତ୍ୟପାଠ ବ୍ୟୁରୋ) ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତର ଭିଏଲଡବ୍ଲୁ ସ୍ମିତାରାଣୀ ବିଶ୍ବାଳଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ଘଟଣାରେ ହରିଦାସପୁର ସରପଞ୍ଚଙ୍କ ସ୍ବାମୀ ତଥା ଠିକାଦାର ରୂପେଶ ଭଦ୍ରଙ୍କର ବିଜେଡି ନେତା ଅରୁଣ ସାହୁ ଓ ପ୍ରଣବ ବଳବନ୍ତରାୟଙ୍କ ସହ ସମ୍ପୃକ୍ତି ଥିବା ଫଟୋ ଦେଖାଇ ବିଜେପି ଅଭିଯୋଗ କରିଥିଲା । ଏବେ ବିଜେପି ନେତାଙ୍କ ସହ ରୂପେଶଙ୍କ ସମ୍ପର୍କ ଥିବା ଅଭିଯୋଗ ହୋଇଛି । ବିଜେପି ନେତା ସଜ୍ଜନ ଶର୍ମାଙ୍କ ସହ ରୂପେଶଙ୍କ ଫଟୋ ଭାଇରାଲ ହୋଇଛି । ଯାହାକୁ ନେଇ ଯାଜପୁର ଜିଲ୍ଲା ଏବଂ ରାଜଧାନୀର ରାଜନୀତି ସରଗରମ ହୋଇଛି । ଏହାକୁ ନେଇ କଂଗ୍ରେସ ସିଧାସଳଖ ବିଜେଡି ଓ ବିଜେପିକୁ ଟାର୍ଗେଟ କରିଛି । ଲୁଚିଛି ନା ଗୋଡ଼ ଦୁଇଟି ଦିଶୁଛି ନ୍ୟାୟରେ ଉଭୟ ଗୋଟିଏ ଲାଉର ମଞ୍ଜି ଭଳି ସବୁବେଳେ ରହିଛି । ବିଜେପି କେଉଁ ମୁହଁରେ ସିବିଆଇ ତଦନ୍ତ କଥା କହୁଛି ।

ଅନ୍ୟପଟେ ଆସନ୍ତାକାଲି ବିଜେପିର 12 ଘଟଣ୍ଟିଆ ଯାଜପୁର ବନ୍ଦ ଡାକରାକୁ ବି ସମାଲୋଚନା କରିଛି କଂଗ୍ରେସ । ବନ୍ଦ ନାଁରେ କେବଳ ବିଜେପି ନାଟକବାଜି କରୁଥିବା କଂଗ୍ରେସ ଅଭିଯୋଗ କରିଛି ।  ଠିକ୍ ଦିଗରେ ଯଦି ସ୍ମିତାରାଣୀଙ୍କ ମୃତ୍ୟୁ ଘଟଣାର ତଦନ୍ତ କରାଯାଏ ତେବେ ଉଭୟ ବିଜେପି ଓ ବିଜେଡିର ଭିତିରି ମେଣ୍ଟ ପଦାକୁ ଆସିବ ବୋଲି କଂଗ୍ରେସ ନେତା ସତ୍ୟ ପ୍ରକାଶ ନାୟକ କହିଛନ୍ତି ।

Related Posts