ଗୃହ ଆରମ୍ଭର ଦ୍ଵିତୀୟ ଦିନରେ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ: ୧୧.୩୦ ପର୍ଯ୍ୟନ୍ତ ମୁଲତବୀ

ଭୁବନେଶ୍ବର: ଆରମ୍ଭ ହୋଇଛି ବିଧାନସଭାର ବଜେଟ୍ ଅଧିବେସନ । ଆଜି ଅଧିବେଶନର ଦ୍ଵିତୀୟ ଦିନ । ତେବେ ଦ୍ଵିତୀୟ ଦିନ ଆରମ୍ଭରୁ ଗୃହରେ ହଟ୍ଟଗୋଳ ଦେଖିବାକୁ ମିଳିଛି। କଂଗ୍ରେସ ସଦସ୍ୟ ଗୃହ ଆରମ୍ଭରୁ ହଟ ଗୋଳ କରିଚନ୍ତି । ଫଳରେ ଗୃହ ପରିସ୍ଥିତି ଦେଖି ବାଚସ୍ପତି ଗୃହ କାର୍ଯ୍ୟ ୧୧.୩୦ ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି । ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତିକୁ ନେଇ ହଟ୍ଟଗୋଳ କରିଛନ୍ତି କଂଗ୍ରେସ ସଦସ୍ୟ।

କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ବାଚସ୍ପତିଙ୍କ ପୋଡିୟମ ନିକଟକୁ ଆସି ହଟ୍ଟଗୋଳ କରିଥିଲେ। ଏହି ସମୟରେ ତାଙ୍କ ସହ ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ ଗୃହର ମଧ୍ୟ ଭାଗରେ ଉପସ୍ଥିତ ଥିଲେ। ଆଜିର ଗୃହକାର୍ଯ୍ୟ ଆରମ୍ଭରୁ ଅନୁସୂଚିତ ଜନଜାତି ମନ୍ତ୍ରୀ ଅରବିନ୍ଦ ଢାଲିଙ୍କୁ କହିବାକୁ ସୁଯୋଗ ଦେଇଥିଲେ ବାଚସ୍ପତି। ତେବେ ମନ୍ତ୍ରୀ କହିବା ଆରମ୍ଭ କରିବା ପୂର୍ବରୁ ହିଁ କଂଗ୍ରେସ ସଦସ୍ୟ ହଟ୍ଟଗୋଳ ଆରମ୍ଭ କରିଦେଇଥିଲେ। ଶେଷରେ ବାଧ୍ୟ ହୋଇ ଗୃହକୁ 11.30 ପର୍ଯ୍ୟନ୍ତ ମୁଲତବୀ କରିବାକୁ ପଡ଼ିଛି।

Related Posts