ନୂଆଦିଲ୍ଲୀ: ରାଜସ୍ଥାନ ବାଡମେର ଜିଲ୍ଲାରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ଏକା ସାଙ୍ଗରେ ଗୋଟିଏ ପରିବାରର 8 ଜଣ ସଦସ୍ୟଙ୍କ ଜୀବନ ଦୀପ ଲିଭିଯାଇଛି । ବିବାହ କାର୍ଯ୍ୟକ୍ରମକୁ ଯାଉଥିବା ସମୟରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି । ଏକ ଏସୟୁଭି ଓ ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଏହି ଅଘଟଣ ଘଟିଛି ।
ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ହିଁ ୬ ଜଣ ପ୍ରାଣ ହରାଇଥିଲେ ।ଏହାସହ ଆଉ ୨ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସୂଚନାନୁସାରେ, ସୋମବାର ରାତିରେ ଏକ ଏସୟୁଭି ବାଡମେରର ରାମଜୀ କା ଗୋଲ ଦେଇ ଯାଇଥିବା ଜାତୀୟ ରାଜପଥରେ ଯାଉଥିଲା । ଏସଯୁଭିରେ ଗୋଟିଏ ପରିବାରର ୧୦ ଜଣ ଥିଲେ । ସମସ୍ତେ ଏକ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଜାଲୋରରୁ ଆଡମେର ଯାଉଥିଲେ ।ଏହି ସମୟରେ ଏକ ଟ୍ରକ ଏସୟୁଭିକୁ ଧକ୍କା ଦେଇଥିଲା । ଫଳରେ ୮ ଜଣ ପ୍ରାଣ ହରାଇବା ସହ ୨ ଜଣ ଗୁରୁତର ହୋଇଥିଲେ ।
ଖବର ପାଇ ବାଡମେର ପୋଲିସ ଘଟଣାସ୍ଥଳରେ ପହଁଚି ଉଦ୍ଧାରକାର୍ଯ୍ୟ କରିଥିଲା । ମୃତଦାହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ଜଣାପଡିଛି । ଉଭୟ ଗାଡ଼ି କୁ ପୋଲିସ ଜବତ କରିଛି ।





