ଫେଲ ମାରିଗଲା ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ: ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନଙ୍କୁ ମିଳିଲା ବିପୁଳ ସମର୍ଥନ

ଲଣ୍ଡନ: ବିରୋଧୀଙ୍କୁ ଚକମା ଦେଲେ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ । ନିଜ ଦଳ କଞ୍ଜରଭେଟିଭ ପାର୍ଟି ପକ୍ଷରୁ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ବିଫଳ ହୋଇଛି । ଫଳରେ ଜନ୍‌ସନଙ୍କୁ ବଡ ଆଶ୍ୱସ୍ତି ମିଳିଛି । ବିପୁଳ ସମର୍ଥନ ସହ ବାଜିମାତ କରିନେଇଛନ୍ତି । ଦଳର ମୋଟ ୩୫୯ ସାଂସଦଙ୍କ ମଧ୍ୟରୁ ଅନାସ୍ଥା ପ୍ରସ୍ତାବ ସପକ୍ଷରେ ୧୪୮ ଭୋଟ ଦେଇଥିଲା ବେଳେ ବିପକ୍ଷରେ ୨୧୧ ଭୋଟ ମିଳିଥିଲା । ୧୯୨୨ କମିଟିର ଅଧ୍ୟକ୍ଷ ସାର୍‌ ଗ୍ରାହମ ବାର୍ଡି ଫଳାଫଳ ଘୋଷଣା କରିଥିଲେ ।

ସୂଚନାଯୋଗ୍ୟ ଯେ ପାର୍ଟିଗେଟ୍‌କୁ ନେଇ ଜନସନ ବିବାଦୀୟ ହୋଇପଡିଥିଲେ । ସମଗ୍ର ଦେଶରେ କୋଭିଡ ଲକ୍‌ଡାଉନ ଓ ଶକ୍ତ କଡକଣା ଜାରି ରହିଥିଲା ବେଳେ ତାକୁ ଉଲ୍ଲଂଘନ କରି ଜନସନ ପାର୍ଟି କରିଥିବା ଅଭିଯୋଗ ହୋଇଥିଲା । ଏପରିକି ଥରେ ନୁହେଁ, ବରଂ ୧୨ଥର ସେ ପାର୍ଟି କରିଥିଲେ । ଲଣ୍ଡନସ୍ଥିତ ତାଙ୍କ ୧୦ ଡାଉନିଂ ଷ୍ଟ୍ରିଟ୍‌ ବାସଭବନ ସମେତ ଏହାର ବଗିଚା ଓ ଅନ୍ୟାନ୍ୟ ସରକାରୀ ବଙ୍ଗଳାରେ ଏହି ପାର୍ଟି କରାଯାଇଥିଲା ।

ତେବେ ଏହି ପାର୍ଟି କୁ ନେଇ ବିରୋଧି ଟାର୍ଗେଟ କରିଥିଲେ ।

Related Posts