ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମହାରାଷ୍ଟରେ ରାଜନୈତିକ ସଙ୍କଟ ମଧ୍ୟରେ ଅମିତ ଶାହାଙ୍କୁ ଭେଟିବାକୁ ଦିଲ୍ଲୀ ଗଲେ ଦେବେନ୍ଦ୍ର ଫଡନାଭିସ୍ । ତେବେ ରାଜ୍ୟରେ ଚାଲିଥିବା ସାଂପ୍ରତିକ ପରିସ୍ଥିତି ସଂକ୍ରାନ୍ତରେ ଆଲୋଚନା କରିବା ପାଇଁ ରାଜ୍ୟ ବିଜେପି କୋର୍ କମିଟି ବୈଠକ ତାଙ୍କ ବାସଭବନରେ ଆୟୋଜିତ ହେବା ପରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି ଫଡନାଭିସ୍। ସେପଟେ ବିଦ୍ରୋହୀ ବିଧାୟକମାନଙ୍କ ନେତା ଏକନାଥ ସିନ୍ଦେ ମଧ୍ୟ ଦିଲ୍ଲୀ ଯିବେ ବୋଲି ସୂଚନା ରହିଛି। ସେ ସେଠାରେ ରାଜ୍ୟ ବିରୋଧୀ ଦଳ ନେତା ଦେବେନ୍ଦ୍ର ଫଡ୍ନାଭିସ୍ଙ୍କୁ ଭେଟିବାର ଯୋଜନା ରଖିଛନ୍ତି। ସେଠାରେ ଦେବେନ୍ଦ୍ର ଫଡ୍ନାଭିସ୍ଙ୍କୁ ଭେଟି ତାଙ୍କ ସହ ଆଲୋଚନା କରିବେ।

ମହାରାଷ୍ଟ୍ରର ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସଙ୍କ ସରକାରୀ ବାସଭବନ ସାଗର ବଙ୍ଗଳାରେ ଗତକାଲି ବିଜେପି କୋର୍ କମିଟି ବୈଠକ ହୋଇଥିଲା। ଉକ୍ତ ବୈଠକରେ ମହାରାଷ୍ଟ୍ରରେ ସରକାର ଗଠନ ସଂକ୍ରାନ୍ତରେ କୌଣସି ଆଲୋଚନା ହୋଇନଥିବା ବିଜେପି ପକ୍ଷରୁ କୁହାଯାଇଥିଲା। ଶିବସେନାର ଏକନାଥ ସିନ୍ଦେ ସରକାର ଗଠନ ନେଇ କୌଣସି ପ୍ରସ୍ତାବ ଦେଇନାହାନ୍ତି। ଯେତେବେଳେ ଏନେଇ ପ୍ରସ୍ତାବ ଆସିବ ସେତେବେଳେ ଆମେ ବିଚାର କରିବୁ ବୋଲି ବିଜେପି ପୂର୍ବରୁ କହିସାରିଛି। ଏ ଖବର ସାମ୍ନାକୁ ଆସିବା ପରେ ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।