ପୁଣିଥରେ ମହଙ୍ଗା ହେଲା ସିଏନଜିର କେଜି ପିଛା ଦର ଦାମ

ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ ପରି ଏବେ ସିଏନଜି ଦର ପ୍ରତେକ ଦିନ ବଢିବାକୁ ଲାଗୁଚି | ବୁଧବାର ଭଳି ଗୁରୁବାର ସିଏନଜି ଦାମ ବଢ଼ିଛି | ଆଜି ଦିଲ୍ଲୀରେ ସିଏନଜିର କେଜି ପିଛା ଦାମ ପୁଣିଥରେ ୨.୫ ଟଙ୍କା ମହଙ୍ଗା ହୋଇଥିବା ବେଳେ, ଦିଲ୍ଲୀରେ ସିଏନଜିର କେଜି ପିଛା ଦାମ ଏବେ ୬୯.୧୧ ଟଙ୍କାରେ ପହଞ୍ଚି ଯାଇଛି।

ଗତକାଲି ଦିଲ୍ଲୀରେ ସିଏନଜିର କେଜି ପିଛା ଦାମ ୬୬.୬୧ ଟଙ୍କା ରହିଥିଲା। ଏପ୍ରିଲ ୪ରେ ମଧ୍ୟ ସିଏନଜିର ଦାମ ୨.୫ ଟଙ୍କା ବଢ଼ିଥିଲା। ଏବେ ଦୁଇ ଦିନରେ ସିଏନଜି ଦାମ ୫ ଟଙ୍କା ମହଙ୍ଗା ହୋଇଛି। ଏହାକୁ ମିଶାଇ ଗତ ୬ ଦିନ ମଧ୍ୟରେ ସିଏନଜିର କେଜି ପିଛା ଦାମ ୯.୧୦ ଟଙ୍କା ବଢ଼ିଲାଣି। ଆଗକୁ ଏହାର ଦାମ ଆହୁରି ବଢ଼ିବା ବୋଲି ଆଶଙ୍କା କରାଯାଉଛି।

ଏହାପୂର୍ବରୁ ଏପ୍ରିଲ ୧ରେ ସିଏନଜିର ଦାମ କେଜି ପିଛା ୮୦ ପଇସା ମହଙ୍ଗା ହୋଇଥିଲା। ଗ୍ୟାସ୍‌ ଇନପୁଟ ଦାମ ବଢ଼ୁଥିବାରୁ କମ୍ପାନୀ ବାଧ୍ୟ ହୋଇ ସିଏନଜି ଦାମ ବୃଦ୍ଧି କରୁଥିବା କହିଛି। ଆଜିର ବର୍ଦ୍ଧିତ ଦର ପରେ ନୋଏଡା, ଗ୍ରେଟର ନୋଏଡା ଓ ଗାଜିଆବାଦରେ ଗୋଟିଏ କେଜି ସିଏନଜିର ମୂଲ୍ୟ ୭୧.୬୭ ଟଙ୍କା ହୋଇଛି। ଗତକାଲି ଏଠାରେ ସିଏନଜି ଦାମ ୬୯.୧୮ ଟଙ୍କା ଥିଲା।

ସେହିପରି ମୁଜାଫରନଗର, ମୀରଟ ଓ ଶାମିଲରେ ୭୬.୩୪ ଟଙ୍କା, ଗୁରୁଗ୍ରାମରେ ୭୭.୪୪ ଟଙ୍କା, ରେୱାରୀରେ ୭୯.୫୭ ଟଙ୍କା, କର୍ଣ୍ଣାଲ ଓ କୈଥାଲରେ ୭୭.୭୭ ଟଙ୍କା, କାନପୁର, ହାମିରପୁର ଓ ଫତେପୁରରେ ୮୦.୯୦ ଟଙ୍କା, ଆଜମେର, ପାଲି ଓ ରାଜସମାନ୍ଦରେ ସିଏନଜିର କେଜି ପିଛା ଦାମ ୭୯.୩୮ ଟଙ୍କା ହୋଇଯାଇଛି।

ଅନ୍ୟପକ୍ଷରେ ଆଜି ପେଟ୍ରୋଲ ଓ ଡିଜେଲ ଦର ବଢ଼ିନାହିଁ। ଏହାର ଅର୍ଥ ଦର ଅପରିବର୍ତ୍ତିତ ରହିଛି। ବୁଧବାର ପେଟ୍ରୋଲ ଓ ଡିଜେଲ ଦର ୮୦ ପଇସା ଲେଖାଏ ମହଙ୍ଗା ହୋଇଥିଲା। ହେଲେ ଆଜି ଏହା ବଢ଼ିଛି। ଆଜି ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ଦାମ ୧୦୫.୪୧ ଟଙ୍କା ଓ ଡିଜେଲ ଲିଟର ପିଛା ୯୬.୬୭ ଟଙ୍କା ରହିଛି।

ମୁମ୍ବାଇରେ ବୁଧବାର ପେଟ୍ରୋଲ ଓ ଡିଜେଲ ଦାମ ଯଥାକ୍ରମେ ୮୫ ପଇସା ଓ ୮୪ ପଇସା ବଢ଼ିଥିଲା। ଫଳରେ ମୁମ୍ବାଇରେ ପେଟ୍ରୋଲର ଲିଟର ପିଛା ଦାମ ରେଡର୍କ ୧୨୦.୫୧ ଟଙ୍କା ଓ ଡିଜେଲର ଦାମ ୧୦୪.୭୭ ଟଙ୍କାରେ ବିକ୍ରି ହେଉଛି। ଗତ ୧୭ ଦିନ ମଧ୍ୟରେ କେବଳ ୩ ଦିନ ଛାଡ଼ି ଦେଲେ ବାକି ସବୁଦିନ ପେଟ୍ରୋଲ ଓ ଡିଜେଲ ଦାମ ବୃଦ୍ଧି ପାଇଛି।

Related Posts