ସତ୍ୟପାଠ ବ୍ୟୁରୋ : ସମ୍ବଲପୁର ଅଇଁଠାପାଲି ଥାନା ଅନ୍ତର୍ଗତ ଭାଲୁପାଲି ତିଲେଇମାଲରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରି ଦୁର୍ବୃତ୍ତ ତାଙ୍କ ମୁଣ୍ଡ କାଟି ନେଇଯାଇ ଫେରାର ହେବା ଘଟଣାରେ ପୁଲିସ୍‌ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ମୃତ ସତ୍ୟନାରାୟଣଙ୍କ ସମ୍ପର୍କୀୟ ବଡ଼ ଭାଇ ବୋଲି ଜଣାପଡ଼ିଛି।  ତାଙ୍କ ନାଁ ଉଜ୍ଜଳ ମୁଣ୍ଡା। ଉଜ୍ଜଳଙ୍କଠାରୁ କଟାମୁଣ୍ଡ ଓ ହତ୍ୟାରେ ବ୍ୟବହୃତ ଟାଙ୍ଗିଆ ମଧ୍ୟ ପୁଲିସ୍‌ ଜବତ କରିଛି।

ବିଭିନ୍ନ ସ୍ଥାନରେ ପୁଲିସ୍‌ ଉଜ୍ଜଳ ମୁଣ୍ଡାକୁ ଖୋଜୁଥିବା ବେଳେ ସେ ଏକ ବ୍ୟାଗ୍‌ରେ କଟା ମୁଣ୍ଡକୁ ଧରି ଟାଙ୍ଗିଆ ସହିତ ଅଇଁଠାପାଲି ଥାନା  ନିକଟ ଜାତୀୟ ରାଜପଥରେ ବୁଲୁଥିଲା।  ସନ୍ଦିଗ୍ଧ ଅବସ୍ଥାରେ ଦେଖି ପୁଲିସ୍‌ ଉଜ୍ଜଳ ମୁଣ୍ଡାକୁ ପଚରାଉଚରା କରିଥିଲା। ପୂର୍ବଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ସମ୍ୱଲପୁର ଏସ୍‌ପି ସୂଚନା ଦେଇଛନ୍ତି।