ରିକଭର ହେଲା ବିଗ୍‌ ବିଙ୍କ ଟ୍ୱିଟର୍ ଆକାଉଣ୍ଟ

ସତ୍ୟପାଠ ବ୍ୟୁରୋ : ବଲିଉଡ ମହାନାୟକ ଅମିତାଭ ବଚ୍ଚନଙ୍କର ଟ୍ୱିଟର ହ୍ୟାଣ୍ଡେଲ ହ୍ୟାକ୍‌ ହୋଇଯାଇଛି। ଗତ ସୋମବାର ହ୍ୟାକର ଅମିତାଭଙ୍କର ଟ୍ୱିଟର ଆକାଉଣ୍ଟ ହ୍ୟାକ୍‌ କରି ପ୍ରୋଫାଇଲ୍‌ ଫଟୋରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ୍‌ ଖାନ୍‌ଙ୍କ ଫଟୋ ଲଗାଦେଇଛନ୍ତି। ଏହା ବ୍ୟତୀତ ତାଙ୍କ ବାୟୋ ମଧ୍ୟ ବଦଳାଇ ଦେଇଛନ୍ତି। ଯେଉଁଥିରେ ‘ଲଭ୍ ପାକିସ୍ତାନ’ ଲେଖାଯାଇଛି। ହେଲେ ଏବେ ତାଙ୍କ ଆକାଉଣ୍ଟ ରିକଭର କରା ସରିଲାଣି। ହ୍ୟାକରଙ୍କ ଦ୍ୱାରା କରାଯାଇଥିବା ସମସ୍ତ ଟ୍ୱିଟ୍‌ ମଧ୍ୟ ତାଙ୍କ ଆକାଉଣ୍ଟରୁ ହଟାଇ ଦିଆଯାଇଛି।

ମୁମ୍ବାଇ ପୁଲିସ୍‌ ଏହି ମାମଲାର ଯାଞ୍ଚ ଆରମ୍ଭ କରିଦେଇଛି। ମୁମ୍ବାଇ ପୁଲିସ୍‌ର ପିଆର୍‌ଓ ଅନୁଯାୟୀ  ଏହି  ଘଟଣା ବିଷୟରେ ମୁବାଇ ସାଇବର ସେଲ୍‌କୁ ଅବଗତ କରାସରିଛି। ବର୍ତ୍ତମାନ ସାଇବର ସେଲ ଏହି ହ୍ୟାକିଂ ପଛରେ କାହାର ହାତ ଅଛି ତା’ର ତଦନ୍ତ କରୁଛି।

Related Posts