ହାଲ୍‌ରେ ଭୟଙ୍କର ବିସ୍ଫୋରଣ : ଜଣେ ମୃତ, ଜଣେ ଗୁରୁତର

କୋରାପୁଟ ଜିଲ୍ଲା ସୁନାବେଡା ହାଲ୍‌ ସୁଖୋଇ ଫ୍ୟାକ୍ଟ୍ରିରେ ଆଜି ଅଘଟଣ ଘଟିଛି। କମ୍ପ୍ରେସର ଫାଟି ଜଣେ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଏନେଇ ସୂଚନା ଦେଇଛନ୍ତି SDPO ନିରଞ୍ଜନ ବେହେରା।

ହାଲ୍‌ର ମେକାନିକ୍‌ ହେଡ୍‌ ସୁଦାମ ମହାନ୍ତି ଆଜି ଫ୍ୟାକ୍ଟ୍ରିରେ ଏକା କାମ କରୁଥିଲେ। ଠିକ୍‌ ଏତିକି ବେଳେ କମ୍ପ୍ରେସର ଫାଟିଯାଇଥିଲା। ଫଳରେ ସେ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ଶରୀରର ୯୦ ଭାଗ ପୋଡ଼ି ଯାଇଛି। ତାଙ୍କୁ ସଙ୍ଗେ ସଙ୍ଗେ ହାଲ୍‌ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ହାଲ୍‌ କାରଖାନାରେ ଅଶାନ୍ତି ହେବା ଆଶଙ୍କା କରି ମୃତଦେହ ଡାକ୍ତରଖାନା ବାହାରକୁ ଅଣାଯାଉ ନାହିଁ।

Related Posts