ପ୍ରଣବ, ନାନାଜୀ ଓ ଭୂପେନଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କଲେ ରାଷ୍ଟ୍ରପତି

ଦେଶର ସର୍ବୋଚ୍ଚ ସମ୍ମାନ ଭାରତ ରତ୍ନ ପାଇଲେ ୩ ବିଶିଷ୍ଟ ବ୍ୟକ୍ତି । ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ବିଶିଷ୍ଟ ସଙ୍ଗୀତକାର ଭୂପେନ ହଜାରିକା ଏବଂ ସମାଜସେବୀ ନାନାଜୀ ଦେଶମୁଖଙ୍କୁ ମିଳିଲା ଭାରତ ରତ୍ନ । ରାଷ୍ଟପତି ଭବନରେ ଭାରତ ରତ୍ନ ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ତିନି ବିଶିଷ୍ଟ ବ୍ୟକ୍ତି ଦେଶର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କରିଛନ୍ତି ।

ବିଶିଷ୍ଟ ସଙ୍ଗୀତକାର ଭୁପେନ ହଜାରିକା ଏବଂ ନାନାଜୀ ଦେଶମୁଖଙ୍କୁ ମରୋଣତ୍ତର ଭାରତ ରତ୍ନରେ ସମ୍ମାନିତ ହୋଇଥିବାବେଳେ ପ୍ରଣବ ମୁଖାର୍ଜୀଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ତେବେ ସମାଜସେବୀ ନାନାଜୀ ଦେଶମୁଖ ଦେଶର ଗାଁକୁ ସଶକ୍ତ କରିଥିବାରେ ତାଙ୍କ ଭୂମିକା ଯଥେଷ୍ଟ ରହିଛି । ଆଉ ଭାରତୀୟ ସଙ୍ଗୀତକୁ ବିଶ୍ୱରେ ଲୋକପ୍ରିୟ କରିବା କ୍ଷେତ୍ରରେ ଭୂପେନ ହଜାରିକାଙ୍କ ଭୂମିକା ମଧ୍ୟ ପ୍ରଶଂସନୀୟ ।

ସେହିଭଳି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୂଖାର୍ଜୀ ବିନା ସ୍ୱାର୍ଥରେ ଦେଶର ସେବା କରିଛନ୍ତି । ତେଣୁ ପୂର୍ବରୁ ଏହି ବିଶିଷ୍ଟ ବ୍ୟକ୍ତିଙ୍କୁ ଭାରତ ରତ୍ନ ମିଳିବା ନେଇ ରାଷ୍ଟ୍ରପତି ଭବନରେ ସୂଚନା ଜାରି କରାଯାଇଥିଲା । ଆଜି ରାଷ୍ଟ୍ରପତି ଭବନରେ ଭାରତ ରତ୍ନ ଉତ୍ସବ ସମାରୋହରେ ଏହି ବିଶିଷ୍ଟ ୩ ବ୍ୟକ୍ତିଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ।

Related Posts