କଳାହାଣ୍ଡିରେ ପୁଲିସ ଏନକାଉଣ୍ଟର : ଟଳି ପଡିଲା ମାଓବାଦୀ

ସତ୍ୟପାଠ ବ୍ୟୁରୋ : ଲାଂଜିଗଡ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ଜଣେ ମାଓବାଦୀ ନିହତ ହୋଇଥିବା ଖବର ମିଳିଛି ।

ଲାଂଜିଗଡ ଥାନା କୋର୍ଟ ବଣ୍ଡେଲ ନିକଟରେ ମାଓବାଦୀ କ୍ୟାମ୍ପ ପକାଇଥିବା ଖବର ପାଇଥିଲା ପୁଲିସ । ଏହାକୁ ନେଇ କୁମ୍ବିଙ୍ଗ ଅପରେସନ ବି ଚାଲିଥିଲା । ହଠାତ ମାଓବାଦୀମାନେ ପୁଲିସ ଉପରକୁ ଗଳି ଚଳାଇଥିଲେ । ଜବାବରେ ପୁଲିସ ପାଲଟା ଗୁଳି ଚଳାଇଥିଲା । ଘଟଣାସ୍ଥଳରେ ଜଣେ ମାଓବାଦୀର ମୃତ୍ୟୁ ହୋଇଛି । ସେଠାରେ ଗୋଟିଏ ୩୦୩ ବନ୍ଧୁକ ଜବତ ହୋଇଛି । ତେବେ ଗୁଳି ବିନିମୟ ବେଳେ ଅନ୍ୟ ମାଓବାଦୀ ମାନେ ଛତ୍ରଭଙ୍ଗ ଦେଇଥିଲେ ।

ପୁଲିସ ସୂଚନା ଅନୁସାରେ ସେଠାରେ ୬/୭ ଜଣ ମାଓବାଦୀ ଥିଲେ । ତେବେ ନିହତ ମାଓବାଦୀର ପରିଚୟ ମିଳିପାରିନି ।

Related Posts