ଥଣ୍ଡା,ଜ୍ୱର ସମସ୍ୟା ପାଇଁ ଆପଣାନ୍ତୁ କିଛି ଘରୋଇ ଉପଚାର

ଋତୁ ପରିବର୍ତ୍ତନ ହେଲେ ଶରୀରରେ ପ୍ରଭାବ ପଡ଼ିଥାଏ । ମୈାସୁମୀ ପ୍ରଭାବରେ ବର୍ଷା ଆରମ୍ଭ ହେଲେ ସାଧାରଣତଃ ଲୋକଙ୍କ ଶରୀରରେ ଥଣ୍ଡା ,କାଶ ,ଜ୍ୱର ଭଳି କିଛି ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇଥାଏ । ତାପମାତ୍ରାର ବୃଦ୍ଧି ଓ କମ କାରଣରୁ ଏପରି ହୋଇଥାଏ । ଏହି ସବୁ ସମସ୍ୟା ପାଇଁ ଚିିନ୍ତିତ ହେବା ଆବଶ୍ୟକ ନାହିଁ । କିଛି ଘରୋଇ ଉପାୟରେ ମଧ୍ୟ ଏହି ସବୁ ରୋଗରୁ ଉପଷମ ପାଇ ପାରିବେ ।

ଘରୋଇ ଉପଚାର :

ବର୍ଷା ଦିନେ ଥଣ୍ଡା କିମ୍ବା ଜ୍ୱର ହୋଇଥିଲେ ଆପଣ ଘରେ ପରିବା ସୁପ କିମ୍ବା ଚିକେନ ସୁପ ମଧ୍ୟ ପ୍ରସ୍ତୁତ କରି ଖାଇପାରିବେ । ଏହା ଶରୀର ପାଇଁ ଅତ୍ୟନ୍ତ ଉପକାରୀ ହୋଇଥାଏ । ଜ୍ୱର ସମୟରେ ସୁପ ସେବନ କରିବା ଦ୍ୱାରା ପାଟିର ସ୍ୱାଦରେ ପରିବର୍ତ୍ତନ ହୋଇଥାଏ ।

ଥଣ୍ଡା ହୋଇଥିବା କାରଣରୁ ଗଳାରେ ବ୍ୟଥା ଅନୁଭବ କରିବା, କାଶ ହେବା ଏହି ସବୁ କାରଣରୁ ଔଷଧୀୟଗୁଣ ଭରା ଚା ପିଇବା ଉଚିତ । ଅଦା, ତୁଳସୀ, ଗୋଲମରିଚ, ହଲଦୀ,ଗୁଡ଼ ଭଳି ଉପକାରୀ ତତ୍ୱ ପକାଇ ପିଇବା ଦ୍ୱାରା ଆରାମ ମିଳିଥାଏ ।

ଥଣ୍ଡା,ସର୍ଦ୍ଦି ହୋଇଥିଲେ ଭିଟାମିନ ଓ ଥିବା ଲେମ୍ବୁ, କମଳା, ଅଁଳା ଆଦି ଖାଇବା ଭଲ । ଶରୀରକୁ ସ୍ୱାସ୍ଥ୍ୟକର ରଖିବା ପାଇଁ ପ୍ରତିଦିନ ଗୋଟିଏ ଫଳ ସେବନ କରିବା ଉଚିତ । ଏହା ଦ୍ୱାରା ଶରୀରରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ ।

Related Posts